41 ଏନ୍ତାରି ଜାକୁବ ନିଜର୍ ବାବାର୍ତେଇ ଅନି ଆସିର୍ବାଦ୍ ପାଇଲାର୍ ଲାଗି ଏସଉ ତାକେ ରିସା ଅଇ ମନେ ମନେ ବାବ୍ଲା, ମର୍ ବାବାର୍ ମର୍ବାବେଲା ଦାପ୍ରେ କେଟ୍ଲାନି, ତାର୍ପଚେ ମୁଇଁ ନିଜର୍ ବାଇ ଜାକୁବକେ ମର୍ତେ ମାରିଦେବି । 42 ମାତର୍ ବଡ୍ ପିଲା ଏସଉର୍ ଏନ୍ତାର୍ କାତା ରିବିକା ସୁନ୍ଲା, ତେଇ ଲକ୍ ପାଟାଇ ସାନ୍ ପିଲା ଜାକୁବକେ ଡାକାଇ କଇଲା, ତର୍ବାଇ ଏସଉ ତକେ ମର୍ତେ ମାର୍ବାକେ ରିସା ଅଇଲାନି । 43 ସେଟାର୍ପାଇଁ ନୁନା, ମର୍କାତା ସୁନ୍, ତୁଇ ଆରଣ ଦେସେ ପାଲାଇ ମର୍ ବାଇ ଲାବନର୍ ଲଗେ ଜାଆ । 44 ଆରି, ଜେତେଦିନ୍ ଜାକ ତର୍ ବାଇର୍ ରିସା ସାନ୍ତି ନ ଅଇବା ଜାକ, ସେତ୍କି ଦିନ୍ ଜାକ ତେଇ ରଅ, 45 ତାର୍ପଚେ ତର୍ବାଇର୍ ରିସା ସାନ୍ତି ଅଇଲେ ଆରି ତୁଇ ତାର୍ସଙ୍ଗେ ଜାଇଟା କରି ଆଚୁସ୍, ସେଟା ସେ ପାସ୍ରି ଗାଲେ, ମୁଇଁ ଲକ୍ପାଟାଇ ତେଇଅନି ତକେ ଡାକାଇବି; ଗଟେକ୍ ଦିନେ କାଇକେ ଦୁଇଲକ୍କେ ଜାକ ମୁ ମରାଇବି ?"