17 ଆରି ସେ ଆଦମ୍କେ କଇଲା, ଜନ୍ ଗଚର୍ ପଲ୍ କାଇବା ବିସଇରେ ମୁଇ ତମ୍କେ ଆଗିଆଁ ଦେଇ ରଇଲି, ସେଟା କାଆନାଇ ବଲିକରି, ତୁଇ ନିଜର୍ ମାଇଜିର୍ କାତାକେ ଦାରି ସେଟା କାଇଆଚୁସ୍, ସେଟାର୍ ପାଇଁ ଦର୍ତନି ଅବିସାପ୍ ପାଇଲା, ସେଟାର୍ପାଇଁ ତମେ ମର୍ବାଜାକ ଦୁକ୍କସ୍ଟ ସଙ୍ଗେ ମିଲାଇ ଜାଚାଇ କାଇସା । 18 ସେଟାର୍ ପାଇଁ କାଟା ଗଚ୍ ଆରି ଗାଁସ୍ ଜାତ୍ ଅଇବାଇ, ଆରି ପାଦର୍ ସାଗ୍ଡାଲ୍ କାଇସା । 19 ତମେ ଜନ୍ ମାଟିଲଗେ ଅନି ତିଆର୍ ଅଇଲାସ୍, ତମେ ନ ମର୍ବାଜାକ କାପାଲର୍ ଜାଲ୍ ଚୁତ୍ଡେ ମାରି କାମ୍କଲେ ସେ କାଇବାକେ ମିଲ୍ସି, କାଇକେ ବଇଲେ ତମେ ମାଟିର୍ ଲକ୍ ମାଟି ତେଇସେ ମିସି ଜାଇସା ।