ଜସେପ୍ ବାଇମନ୍କେ ନିଜର୍ ପରିଚଇ ଦେଲା
1 ତାର୍ପଚେ ଜସେପ୍ ନିଜର୍ ଲଗେ ଟିଆ ଅଇ ରଇବା ଲକ୍ ମନର୍ ମୁଆଟେ ନିଜ୍କେ ସମାଲି ନାପାରି ଆଉଲି ଅଇ କଇଲାଇ, ମର୍ ଲଗେ ଅନି ସବୁ ଲକ୍କେ ବାର୍କରାଆ । ସେଟାର୍ ପାଇ କେ ତାର୍ ଲଗେ ରଅତ୍ ନାଇ, ଜସେପ୍ ତାର୍ ବାଇ ମନର୍ ମୁଆଟେ ନିଜର୍ ପରିଚୟ୍ ଦେବାକେ ଲାଗ୍ଲା । 2 ସେ ଆଉଲି ଅଇ ଏନ୍ତି କାନ୍ଦ୍ଲା ଜେ, ମିସରିଅମନ୍ ଆରି ପାରର୍ ଗରେ ରଇଲା ଲକ୍ମନ୍ ମିସା ଏଟା ସୁନ୍ଲାଇ । 3 ଜସେପ୍ ନିଜର୍ ବାଇ ମନ୍କେ କଇଲା, ମୁଇ ଜସେପ୍, ମର୍ ବାବା କାଇ ଆଜିକେ ଜାକ ଜିଇଲା ଆଚେ କି? ସେଡ୍କିବେଲେ ତାକର୍ ବାଇମନ୍ ତାର୍ ମୁଆଟେ ଡରି ଗାଲାଇ କାଇମିସା ଉତର୍ ଦେଇ ନାପାର୍ଲାଇ ।