11 ତାର୍ପଚେ ଜସେପ୍ ପାରରାଜାର୍ ଆଦେସ୍ ଇସାବେ ମିସର୍ ଦେସର୍ ସବୁ ଅଁଚଲେ କଇବାକେ ଗାଲେ ରାମିସେସ୍ ପର୍ଦେସେ ଅଦିକାର୍ ଦେଇ ନିଜର୍ ବାବା ଆରି ବାଇ ମନ୍କେ ବାସା କରାଇଲା । 12 ଆରି ଜସେପ୍ ନିଜର୍ ବାବା ଆରି ବାଇମନ୍କେ ଆରି ସବୁ ବାବାର୍ କୁଟୁମ୍କେ ସବୁଲକର୍ କୁଟୁମ୍ ଇସାବେ କାଇବା କାଦିକଣ୍ଡା ଦେଇ ଲାଲନ୍ ପାଲନ୍ କଲା ।