8 ଆରିତରେକ୍ ପର୍ମେସର୍ ନଅକେ ଆରି ତାର୍ ସଙ୍ଗେ ରଇଲା ପିଲାମନ୍କେ କଇଲା, 9 ଦେକା, ତମର୍ ସଙ୍ଗ୍ ଆରି ତମର୍ ଆଗ୍କେ ଆଇବା ବଁସ୍ ସଙ୍ଗ୍ ଆରି ତମର୍ ସଙ୍ଗେ ଆରି ସବୁ ଜନ୍ତ୍ଜିଆତ୍ ସଙ୍ଗେ, 10 ଆରି ଜାଜେ ଅନି ବାରଇଲା ଗାଅଁର୍ ଆରି ବନର୍ ଜନ୍ତ୍ ଆରି ଚଡଇ ସଙ୍ଗେ ପୁର୍ତିବିର୍ ସବୁ ଜିବ୍ଜନ୍ତୁ ସଙ୍ଗେ ମୁଇ ନିଜର୍ ନିଅମ୍ ତିଆର୍ କରି ଆଚି। 11 ଆମେ ତମର୍ ସଙ୍ଗେ ଏ ନିଅମ୍ ତିର୍ କର୍ବୁ, ସବୁ ଜନ୍ତ୍ମନ୍ ବଡ୍ ବାଉ ପବନ୍ ଆଇଲେ ମରି ନ ଜାଅତ୍ ଆରି ପୁର୍ତିବିକେ ବିନାସ୍ କର୍ବାକେ ଆରି ବଡ୍ ବର୍ସା ନ ମାରେ ।
Publicidade
Publicidade