19 ଏ ମର୍ ହ, ସୁଣ୍ , ଗିଆନି ଅଃଉ, ଆର୍ ତର୍ ମଃନ୍କେ ସଃତ୍ବାଟେ କାଡାୟି ନେ। 20 ମଃଦ୍ କାଉଁକେ ଆସ୍ୟା ଅଉଆନାୟ୍ ଆର୍ ମାସ୍ ଆସ୍ୟାମଃନାର୍ ସଃଙ୍ଗ୍ ଅଃଉଆ ନାୟି। 21 କାୟିତାକ୍ବଃଲେକ୍ ମଃଦୁଆ ଆର୍ କାଉରାହେଟା ଆରେକ୍ ନିଦାଉତା ଲକ୍ ଗଃରିବ୍ ଅୟିଦ୍ ; ଆର୍ ମାନାୟିକେ ହାଟ୍ଲା ହାଟ୍ଳି ହିନ୍ଦାୟିଦ୍।
22 ତୁମାର୍ ଜଃଲମ୍ ଦିଲା ଉବାଦିର୍ କଃତା ସୁଣା , ଆର୍ ଆୟା ବୁଡି ଅୟିଲେକ୍ ତାକେ ହାକ୍ରେ ହଃକାଉଆ ନାୟି।