3 ତଃବେ ଦାରିୟାଣି ମାୟିଜିର୍ ଅଟିୟେ ହୁଣି ଟପାଟପା ମଃଉ ଚିକଣ୍ ଜରେଦ୍, ତାର୍ ଟଣ୍ଡ୍ ଚିକଣ୍ତଃୟି ହୁଣି ଅଃଦିକ୍ ଚିକ୍ଣିଆଁ ରଃୟିଦ୍। 4 ତଃବେ ତାର୍ ସେସ୍ ଦଃସା, ହିତାଗଃଚ୍ ତାର୍ ରଃସ୍ ହର୍ ହିତା ଆର୍ ଦୁଇଦାର୍ କଃଣ୍ଡା ହର୍ ଲାଗୁଣ୍। 5 ତାର୍ ହାଦ୍ ମଃର୍ତା ବାଟ୍କେ ଉତ୍ରି ଜାୟ୍ଦ୍, ତାର୍ ହାଦ୍ ସିଦା ମଃସୁଣ୍କାଲେ ହଃଳେଦ୍; 6 ସେତାର୍ ଗିନେ ଜିବନାର୍ ସଃମାନ୍ ରଃସ୍ତା ହାଉଁ ନଃହାରେ; ତାର୍ ବାଟ୍ ଚଃଚଲ୍,ଆରେକ୍ ସେ ସେରି ଜାଣୁ ନଃହାରେ।
7 ଇତାର୍ ଗିନେ ଏ ମର୍ ହମଃନ୍ ମର୍ କଃତା ସୁଣା ଆର୍ ମର୍ ଟଣ୍ଡାର୍ ବାକ୍ୟତଃୟ୍ ହୁଣି ବିନ୍ବାଟ୍ ଜାହାନାୟ୍। 8 ସେ ମାୟିଜି ତଃୟ୍ହୁଣି ତୁମାର୍ ରଃସ୍ତା ଦୁରେ ରଃକା ଆର୍ ତାର୍ ଗଃରାର୍ ଦୁଆର୍ ଲଃଗେ ଜାହାନାୟ୍। 9 କେଜାଣ୍ ବିନ୍ଲକ୍ ତୁମାର୍ ନିଜାର୍ ଇଜତ୍ ନେତି ଆର୍ କଃର୍ନିଆ ଲକ୍ମଃନାର୍ ଆତେ ବେଣ୍ଡିଆବଃଳ୍ ତୁମାର୍ ମଃର୍ନ୍ ଗଃଟେଦ୍।