ପରମେଶ୍ୱର୍ ଜଗତ୍ତିଙ୍କ୍ ବିଚାର୍ ମାଡ଼ିତଣ୍ଡ୍
1 ସଦାପ୍ରବୁ ଇଦ୍ଗଟ୍ କେତିତଣ୍ଡ୍, "ସ୍ୱର୍ଗ ମାନ୍ ସିଂହାସନ୍ ନୁ ପୃତିବୀ ମାନ୍ ଡେକେତ୍ ଦୁମ୍; ମିଡ଼୍ ମା ସେଙ୍ଗେ ବେଦ୍ଲେକାମ୍ ତିଆର୍ ମାଡ଼ିତିଡ଼୍ ? ନୁ ବେନ୍ ପଡ଼ିୟେ ମାନାଦ୍ ରମାନ୍ ପଡ଼ିୟେ ଆଦ୍ତେ ? 2 ବାତେଙ୍କ୍ଇତ୍କେ ମାନାଦ୍ କାଇ ଇୱୁସାରେ ତିଆର୍ ମାଡ଼ିମିନ୍ଦେ, ଆଦିନ୍ ସେଙ୍ଗେ ଇୱୁସାରେ ପେୟିତ୍ତା," ଇଦ୍ ସଦାପ୍ରବୁ କେତିତଣ୍ଡ୍; "ମାତର୍ ଇ ନାରୁଡ଼୍ ପରୁ, ଇତ୍କେ ବେନ୍ ନାରୁଣ୍ଡ୍ ଦୁଃକାମ୍, ନମ୍ର ନୁ ବେନ ମାନ୍ ବାକ୍ୟତାଗ୍ ସାର୍ଦେ ଆଦ୍ତେ, ଆଦିନ୍ ପରୁ ମାମେ କଣ୍ଡେ ୱାଟିତମ୍।