5 ତାର୍ପଚେ ନର୍ ଲକ୍ମନ୍ ଜନ୍ ନଅଁର୍ ଆରି ଡେଙ୍ଗ୍ ମେଡ୍ ତିଆର୍ କର୍ତେ ରଇଲାଇ, ସେଟା ଦେକ୍ବାକେ ସବୁ ବେଲର୍ ମାପ୍ରୁ ଉତ୍ରି ଆଇଲା । 6 ଆରି, ସବୁବେଲର୍ ମାପ୍ରୁ କଇଲା, ଦେକା, ଏ ଲକ୍ ମନ୍ ସବୁ ଗଟେକ୍ ଆରି ଏମନର୍ ବାସା ମିସା ଗଟେକ୍, ଆରି ଏବେ ଏମନ୍ ଏ କାମ୍ କର୍ବାକେ ମାତିଗାଲାଇ ଆଚତ୍, ତାର୍ପଚେ ଜନ୍ ଜନ୍ଟା କର୍ବାକେ ମନ୍ କର୍ବାଇ , ତେଇ ଅନି ବାଉଡି ନ ଆସତ୍ । 7 ସେଟାର୍ ପାଇ ସେମନ୍ ଜେନ୍ତାର୍କି ଗଟେକ୍ ଲକ୍ ଆରି ଗଟେକ୍ ଲକର୍ ବାସା ବୁଜି ନାପାରତ୍, ସେଟାର୍ ପାଇ ଆସା, ଆମେ ଉତ୍ରିଜାଇ ସେ ଜାଗାଇ ସେମନର୍ ବାସାକେ ବିନ୍ ବିନ୍ ରକାମ୍ ବାସା କରୁ । 8 ଏରକାମ୍ ସବୁବେଲର୍ ମାପ୍ରୁ ସେ ଜାଗାଇ ଅନି ସେମନ୍କେ ପୁର୍ତିବିର୍ ସବୁବାଟେ ବିନାବାଚା କରିଦେଲା, ସେଟାର୍ପାଇଁ ସେମନ୍ ନଅଁର୍ ତିଆର୍ କର୍ବାଟା ଚାଡିଦେଲାଇ । 9 ସେଟାର୍ ପାଇ ସେ ନଅଁରର୍ ନାଉଁ ବାବିଲ୍ ଅଇଲା, କାଇକେ ବଇଲେ ସବୁବେଲର୍ ମାପ୍ରୁ ସେ ଜାଗାଇ ଅନି ସବୁ ରକାମର୍ ବାସା ଦେସ୍ ଦୁନିଆଇ ଆରାମ୍ ଅଇଲା, ଆରି, ସେ ଜାଗାଇ ଅନି ସେମନ୍ ପୁର୍ତିବିର୍ ଚାରିବେଟ୍ତି ବିନାବାଚା ଅଇ ଗାଲାଇ ।
Publicidade