18 ଆରି, ସେ ଦିନେ ସବୁବେଲର୍ ମାପ୍ରୁ ଅବ୍ରାମର୍ ସଙ୍ଗେ ନିଅମ୍ କରି କଇଲା, ମୁଇ ଏ ମିସ୍ରିଅ ଗାଡେଅନି ପରାତ୍ ନାଅଁର୍ ବଡ୍ଗାଡ୍ ଜାକ ମୁଇ ଏଦେସ୍ ତର୍ ବଁସ୍କେ ଦେଲୁ, 19 ଆର୍ସଙ୍ଗେ କେନିଅ, କନଜିଅ ଆରି କଦ୍ମନିଅ, 20 ଇତିଅମନର୍ ଆରି ପରିସିଅମନର୍ ଆରି ରପାଇଅମନର୍ 21 ଆରି ଇମରିଅମନର୍, କିଣାନିଅ ଆରି ଗିର୍ଗାସିଅ ଆରି ଜିବୁସିଅମନର୍ ଦେସ୍ ମିସା ଦେଲୁ ।
Publicidade