ଆଗାର ଆରି ଇସ୍ମାଇଲ୍
1 ଅବ୍ରାମର୍ ମାଇଜି ସାରିକେ ପିଲାଟକି ନ ଅଇ ରଇଲାଇ,ଆରି, ଆଗାର୍ ନାଉଁର୍ ଗଟେକ୍ ମିସରିଆ ଗତି ଦାଙ୍ଗ୍ଡି ରଇଲା । 2 ତାର୍ପଚେ ସାରି ଅବ୍ରାମ୍କେ କଇଲା, ଦେକ୍ ସବୁବେଲର୍ ମାପ୍ରୁ ମକେ ବାଞ୍ଜି କରିଆଚେ, ସେଟାର୍ ପାଇ ମୁଇଁ ଗୁଆରି କଲିନି, ତୁଇ ମର୍ ଏ ଗତି ଦାଙ୍ଗ୍ଡି ସଙ୍ଗେ ସୁଆବସା କର୍, କେ ଜାନେ ମୁଇଁ ଆର୍ ପାଇଁ ପିଲା ପାଇ ପାର୍ବି କାଇକି । ତେବେ ଅବ୍ରାମ୍ ସାରିର୍ କାତାରେ ରାଜି ଅଇଲା । 3 ଅବ୍ରାମ୍ କିଣାନ୍ ଦେସେ ଦସ୍ ବରସ୍ ବାସାକଲା ପଚେ, ତାର୍ ମାଇଁଜି ସାରି ନିଜର୍ ମିସିରିୟା ଗତି ଦାଙ୍ଗ୍ଡି ଆଗାର୍କେ ନେଇ ନିଜର୍ ମୁନୁସ୍ ଅବ୍ରାମ୍ ସଙ୍ଗେ ବିବା କରି ଦେଲା ।