3 ତାର୍ପଚେ ଅବ୍ରାମ୍ ମାଣ୍ଡିକୁଟା ଦେଇ ଅଦର୍ଲାକେ, ପର୍ମେସର୍ ତାର୍ ସଙ୍ଗେ କାତା କଇଲା; 4 ଦେକ୍, ମୁଇ ତର୍ ସଙ୍ଗେ ମର୍ ନିଅମ୍ କଲିନି, ତୁଇ କୁଟୁମର୍ ଆନିଦାଦି ଅଇସୁ । 5 ଆରି ତର୍ ନାଉଁ ଅବ୍ରାମ୍ ଆରି ନ ରଏ, ମାତର୍ ଅବ୍ରାଆମ୍ ଅଇସି । କାଇକେ ବଇଲେ ମୁଇ ତକେ ବେସି କୁଲର୍ ଆନିଦାଦି କରିଆଚୁ । 6 ମୁଇ ତକେ ବେସି ଉଁଚା କର୍ବି, ତର୍ତେଇ ଅନି ବେସି କୁଲ୍ଜାତ୍ କରାଇବି, ଆରି ରାଜାମନ୍ ତର୍ତେଇ ଅନି ଜାତ୍ ଅଇବାଇ ।
7 ମୁଇ ତର୍ ସଙ୍ଗେ ଆରି ତର୍ ବବିସତ୍ ବଁସର୍ ଲକର୍ ସଙ୍ଗେ ଜନ୍ ନିଅମ୍ କଲୁ, ସେଟା କେବେ ନ ସାର୍ବାଟା ଅଇସି । ତାର୍ପଚେ ମୁଇ ତର୍ ଆରି ତର୍ ଆଗ୍କେ ଅଇବା ବଁସର୍ ପର୍ମେସର୍ ଅଇବି । 8 ଆରି ତୁଇ ଏବେ ଜନ୍ କିଣାନ୍ ଦେସେ ବାସା କରି ଆଚୁସ୍, ତେଇର୍ ସବୁ ବାଟର୍ ଆମେ ତକେ ଆରି ତର୍ ଆଗ୍କେ ଆଇବା ବଁସ୍କେ ସବୁବେଲର୍ ଅଦିକାର୍ ପାଇ ଦେବି ଆରି ମୁଇ ସେମନର୍ ପର୍ମେସର୍ ଅଇବି
। 9 ପର୍ମେସର୍ ଅବ୍ରାମ୍କେ ଆରିତରେକ୍ କଇଲା, ତୁଇ ମର୍ ନିଅମ୍ ପାଲନ୍ କର୍ସୁ, ତୁଇ ଆରି ତର୍ ଆଗ୍କେ ଅଇବା ବଁସର୍ ପିଡିପିଡି ସେଟା ପାଲନ୍ କର୍ବାଇ । 10 ତର୍ ଆରି ତମର୍ ଆଗ୍କେ ଅଇବା ବଁସର୍ ସଙ୍ଗେ କଲା ଆମର୍ ଜନ୍ ନିଅମ୍ ତମେ ପାଲନ୍ କର୍ସା ସେଟା ଏଟା ତମର୍ ସବୁ ମୁନୁସ୍ ପିଲା ସୁନତ୍ ଅଇସା । 11 ତୁମେ ନିଜର୍ ନିଜର୍ ଲିଙ୍ଗର୍ ଟିପର୍ ଚାମ୍ କାଟ୍ସା, ଆରି ସେଟା ତର୍ ସଙ୍ଗେ ମର୍ ନିଅମର୍ ଚିନ୍ ଅଇସି ।