19 କାଇକେ ବଇଲେ ତାର୍ ପେଟର୍ ପିଲାଟକି ମନ୍ ଆରି କୁଟୁମ୍ ସବୁ ଜେନ୍ତାର୍ ସତ୍ ଦରମ୍ କାତାବାର୍ତା କର୍ବାକେ ସବୁବେଲର୍ ମାପ୍ରୁର୍ ବାଟେ ଇଣ୍ଡ୍ବାଇ, ସେଟାର୍ ପାଇ ସେମନ୍କେ ସେ ଜେନ୍ତାର୍ ଆଦେସ୍ ଦେଇସି, ସେଟାର୍ ପାଇ ଆମେ ତାକେ ଆସିର୍ବାଦ୍ କରିଆଚୁ, ତାର୍ପଚେ ସବୁବେଲର୍ ମାପ୍ରୁ ଅବ୍ରାଆମର୍ ବିସଇରେ ନିଜର୍ କଇଲା ବାକିଅ ସିଦ୍ କର୍ସି ।