23 ତାର୍ପଚେ ଅବ୍ରାଆମ୍ ସବୁବେଲର୍ ମାପ୍ରୁର୍ ଲଗେ ଜାଇ କଇଲା,ତମେ କାଇ କରାପ୍ ଲକର୍ ସଙ୍ଗେ ଦରମ୍ ଲକ୍କେ ମରାଇ ଦେଇସୁ କି ? 24 ଜଦି,ନଅଁର୍ ବିତ୍ରେ ପଚାସ୍ ଲକ୍ ଦରମ୍ ଲକ୍ ରଇବାଇ,ତେଇ ରଇଲା ଦରମ୍ ଲକର୍ ପାଇ କାଇ ସେ ଜାଗା ରକିଆ ନ କରି ବିନାସ୍ କର୍ସୁ କି? 25 କରାପ୍ ସଙ୍ଗେ ଦରମ୍ ଲକ୍କେ ବିନାସ୍ କର୍ବା କରମ୍ ତମର୍ତେଇ ଅନି ଦୁରେ ରଅ ଆରି ଦରମ୍ ଲକ୍କେ କାରାପ୍ ସମାନ୍ କର୍ବାଟା ତମର୍ତେଇ ଅନି ଦର୍କେ ରଅ। ସବୁ ଜଗତର୍ ବିଚାର୍ କରୁ,କାଇ ନିଆଇ ବିଚାର୍ ନ କରେ?
26 ତାର୍ପଚେ ସବୁବେଲର୍ ମାପ୍ରୁ କଇଲା,ମୁଇ ଜନ୍ ଦିନେ ସଦମ୍ ନଅଁରେ ପଚାସ୍ ଲକ୍ ଦରମ୍ ଲକ୍କେ ଦେକ୍ବି,ତେବେ ସେ ମନର୍ ପାଇଁ ସବୁଜାଗା ରକିଆ କର୍ବି।
27 ତାର୍ପଚେ ଅବ୍ରାଆମ୍ ଉତର୍ ଦେଇ କଇଲା ଦେକା ମୁଇଁ ଦୁଲି ଆରି ଚାର୍ ଅଇଲେ ମିସା ପର୍ବୁର୍ ମୁଆଟେ କାତା କଇବାକେ ସୁଜଗ୍ ପାଇଲି ଆଚି। 28 ଅଇପାରେ, ପଚାସ୍ ଲକ୍ ଦରମ୍ ଲକର୍ ବିତ୍ରେ ଅନି ପାଞ୍ଚ୍ଲକ୍ ଉନା ରଇଲେ,ସେ ପାଞ୍ଚ୍ଲକ୍ ଉନାଅଇଲେ ମିସା କାଇ ତମେ ସବୁ ନଅଁର୍ ବିନାସ୍ କର୍ସା?
29 ସେ ତାକେ ଆରି ତରେକ୍ କଇଲା,ଅଇଲେ ଅଇ ପାରେ ତେଇ ଚାଲିସ୍ ପାଁଚ୍ ଲକ୍ ମିଲ୍ବାଇ। ସବୁବେଲର୍ ମାପ୍ରୁ କଇଲା, ଚାଲିସ୍ ପାଁଚ୍ ଲକର୍ ପାଇଁ ସେଟା ନ କରି।
30 ଆରି ତରେକ୍ ଅବ୍ରାଆମ୍ କଇଲା,ପର୍ବୁ ରିସା ନ ଅଇବାର୍ ଆଲେ ଆରି ଗଟେକ୍ କାତା କଇତି, ଅଇଲେ ଅଇପାରେ ତେଇ ତିରିସ୍ ଲକ୍ ମିଲ୍ବାଇ। ସବୁବେଲର୍ ମାପ୍ରୁ କଇଲା,ତିରିସ୍ ଲକ୍ ମିଲ୍ଲେ ମିସା ସେଟା ନସ୍ଟ ନ କରି।
31 ଅବ୍ରାଆମ୍ କଇଲା,ଦେକା,ପର୍ବୁର୍ ମୁଆଟେ ମୁଇଁ ଆରିତରେକ୍ କାତା କଇବାକେ ଇଚା କଲିନି,ଅଇପାରେ,ତେଇ କଡେ ଲକ୍ ମିଲ୍ଲେ। ସବୁବେଲର୍ ମାପ୍ରୁ କଇଲା,ସେ କଡେ ଲକର୍ପାଇଁ ବଲିକରି ମୁଇ ସେଟାକେ ନସ୍ଟ ନକରି।
32 ଅବ୍ରାଆମ୍ ଆରିତରେକ୍ କଇଲା,ପର୍ବୁ ରିସା ନଇଲେ ଆରି ତରେକ୍ ମାତର୍ କଇବି,ଅଇପାରେ,ତେଇ ଦସ୍ ଲକ୍ ମିଲ୍ଲେ। ସେ କଇଲା,ସେ ଦସ୍ ଲକର୍ ପାଇଁ ମୁଇ ସେଟା ମରାଇ ନ ଦେଉଁ । 33 ସେଡ୍କିବେଲେ ସବୁବେଲର୍ ମାପ୍ରୁ ଅବ୍ରାଆମର୍ ସଙ୍ଗେ ଏ ରକାମ୍ କାତାବାର୍ତା ସାରାଇ କରି ଗାଲା ଆରି, ଅବ୍ରାଆମ୍ ମିସା ସେ ଜନ୍ ଜାଗାଇ ଅନି ଆସି ରଇଲା ସେ ଜାଗାଇ ବାଉଡି ଗାଲା।