7 ଆରି ଏ କାତା ଗଟ୍ଲା ପଚେ ତାର୍ ମାଲିକର୍ ମାଇଜି ଜସେପର୍ ଉପ୍ରେ ଆଁକି ପାକାଇବାକେ ଲାଗ୍ଲା, ତେବେ ତାକେ କଇଲା, ତୁଇ ମର୍ ସଙ୍ଗେ ସ । 8 ମାତର୍ ଜସେପ୍ ନିଚିକରି ନିଜର୍ ରାଜାର୍ ମାଇଜିକେ କଇଲା, ଦେକା, ଏ ଗରେ ମକେଚାଡି ଦେଲେ ଆରି କାଇଟା ମର୍ଲଗେ ଆଚେ, ମର୍ ପର୍ବୁ ତେଇର୍ ଦାଇତ୍ ନ ନେଏଁ, ସେ ମର୍ ଆତେ ନିଜର୍ ସବୁକିଚି ସର୍ପି ଦେଇଆଚେ । 9 ଏ ଗରେ ମକେ ଚାଡିଦେଲେ ଆରି ବଡ୍ କେ ନାଇ, ତୁଇ ତାର୍ ମାଇଜି, ସେଟାର୍ ପାଇଁ ତକେ ଚାଡ୍ଲେ ମର୍ ପାକେ ଆରି କାଇଟା ମାନା ନାଇଁ । ସେଟା ର୍ପାଇଁ କେନ୍ତି ଏଡେ ବଡ୍ କାରାପ୍ କାମ୍ ଆରି ପର୍ମେସରର୍ ବିରୁଦେ ପାପ୍ କରିପାରି ? 10 ଏଲେ ମିସା ସେ ମାଇଜି ଦିନ୍କେ ଦିନ୍ ଜସେପ୍କେ ଏନ୍ତାର୍ କଇସି, ମାତର୍ ଜସେପ୍ ତାର୍ ସଙ୍ଗେ ସଇବାକେ କି ମୁଆଟେ ରଇବାକେ ମନ୍ ନ କର୍ତେ ରଇଲା ।
11 ତାର୍ପଚେ ଗଟେକ୍ ଦିନ୍ ଜସେପ୍ ତାର୍ କାମ୍ କର୍ବାକେ ଗର୍ ବିତ୍ରେ ଗାଲା, ଆରି ଗରର୍ ଦାସ୍ମନ୍ କେ ମିସା ତେଇ ନ ରଇଲାଇ । 12 ତେବେ ସେ ଜସେପର୍ ବସତର୍ ଦାରି ମର୍ ସଙ୍ଗେ ସଅ ବଲି ଜିକାଟାନା କଲା, ମାତର୍ ଜସେପ୍ ତାର୍ଆତେ ନିଜର୍ ଲୁଗା ଚାଡି ବାଇଲେ ପାଲାଇଲା ।