15 ତେବର୍ ପାଇ ପାର ଜସେପ୍କେ କଇଲା, ଆମେ ଗଟେ ସପନ୍ ଦେକିଆଚୁ, କେ ମିସା ତେଇର୍ ଅରତ୍ କରି ନାପାର୍ ଲାଇନି, ମାତର୍ ଆମେ ତମର୍ ବିସଇରେ ସୁନି ଆଚୁ, ଜେ ତୁଇ ସପନ୍ ସୁନ୍ଲେ, ତେଇର୍ ଅରତ୍କେ କଇପାର୍ସୁ।
16 ତାର୍ପଚେ ଜସେପ୍ କଇଲା, ସେଟା ମର୍ ନିଜର୍ଟା ନଏଁ, ମାତର୍ ପର୍ମେସର୍ ପାରକେ ସମାନ୍ ଉତର୍ ଦେଲା ।