18 ତାର୍ପଚେ ସବୁବେଲର୍ ମାପ୍ରୁ ପର୍ମେସର୍ କଇଲା, ନର୍ଲକ୍ ଏକ୍ଲା ରଇବାଟା ଟିକ୍ ନାଇ, ମୁଇ ତାର୍ ପାଇଁ ସବୁବେଲେ ରଇ ଜିଇବା କାଇବାକେ ଗଟେକ୍ ମାଇଜି ଟକି ତିଆର୍ କର୍ବି । 19 ଆରି ସବୁବେଲର୍ ମାପ୍ରୁ ପର୍ମେସର୍ ଦର୍ତନି ତେଇ ରଇବା ପସୁ ଆରି ଚଡଇ ଚିଡିଙ୍ଗ୍ ମନ୍କେ ତିଆର୍ କରି ଆଦମ୍ ସେମନ୍କେ କାଇ ନାଉଁ ଦେଇସି, ସେଟା ଜାନ୍ବାକେ ସର୍ତେକେ ତାର୍ଲଗେ ଆନ୍ଲା, ତାର୍ପଚେ ଆଦମ୍ ସେ ଜିବ୍ଜନ୍ତୁ ପସୁ ପକିକେ ଜାକେ ଜନ୍ ନାଉଁ ଦେଲା, ତାକେ ସେ ନାଉଁ ଅଇଲା । 20 ଏ ରକାମ୍ ଆଦମ୍ ପସୁ ପକିମନ୍କେ ଆରି ଜିବ୍ଜନ୍ତୁ ମନ୍କେ ନାଉଁ ଦେଲା । ମାତର୍ ଆଦମର୍ ପାଇଁ ରଇବାକେ ଗଟେକ୍ ମାଇଜିସେ ଡିସେନାଇ। 21 ସବୁଦିନର୍ ମାପ୍ରୁ ପର୍ମେସର୍ ଆଦମ୍କେ ମଲାପାରା ସୁଆଇ ଦେଇକରି ତାର୍ ଗଟେକ୍ ପାଞ୍ଜ୍ରାଆଡ୍ ନେଇକରି ସେ ଜାଗା ଲଗେ ମାଉଁସ୍ ଜଡିଦେଲା । 22 ଆରି ସବୁବେଲର୍ ମାପ୍ରୁ ପର୍ମେସର୍ ଆଦମର୍ ଲଗେଆନି ଜନ୍ ପାଞ୍ଜ୍ରାଆଡ୍ ନେଇରଇଲା ସେଟା ସଙ୍ଗେ ଗଟେକ୍, ମାଇଜି ତିଆର୍ କରି ଆଦମର୍ ଲଗେ ଆନ୍ଲା । 23 ତେବର୍ପାଇ ଆଦମ୍ କଇଲା, ଏତର୍ ଅଇଲା, ଏଟା ମର୍ ଆଡର୍ ଆଡ୍ ଆରି ମାଉଁସର୍ ମାଉଁସ୍, ଆର୍ ନାଉଁ ଅଇଲାନି ମାଇଜି, କାଇକେ ବଇଲେ ନର୍ ଲକ୍ ତେଇ ଅନି ନେଇ ତିଆର୍ ଅଇଆଚେ । 24 ସେଟାର୍ ପାଇଁ ମୁନୁସ୍ ନିଜର୍ ଆୟା ବାବାକେ ଚାଡି କରି ନିଜର୍ ମାଇଜିର୍ ଲଗେ ବାନ୍ଦିଅଇ କରି ରଇସି, ଆରି ସେମନ୍ ଗଟେକ୍ ଅଇ ରଇବାଇ ।