ନର୍ଜାତିର୍ ପାପ୍
1 ତାର୍ପଚେ ପୁର୍ତିବି ଲଗେ ନର୍ଲକ୍ ବଡ୍ବାକେ ଲାଗ୍ଲାଇ , ଆରି ସେମନ୍କେ ବେସି ଟକିମନ୍ ଜାତ୍ ଅଇଲାଇ , 2 ସେ ବେଲେ ପର୍ମେସରର୍ ପିଲାମନ୍ ନର୍ ଲକର୍ ସୁନ୍ଦର୍ ସୁନ୍ଦର୍ ଟକି ମନ୍କେ ଦେକିକରି , ଜାକେ ମନ୍ କଲେ ତାକେ , ବିବା ଅଇତେ ରଇଲାଇ । 3 ସେଟାର୍ ପାଇ ସବୁବେଲର୍ ମାପ୍ରୁ କଇଲା, ଆମର୍ ଆତ୍ମା ନର୍ ଲକର୍ ଲଗେ ସବୁବେଲେ ବାସାଅଇ ନ ରଏ , କାଇକେ ବଇଲେ ସେମନ୍ ବିପଦ୍ ବାଟେ ମାତି ଗାଲାଇ ଆଚତ୍, ସେଟାର୍ ପାଇ ସେମନର୍ ବରସ୍ ସଏ କଡେ ବରସ୍ ଅଇସି । 4 ସେବେଲେ ପୁର୍ତିବି ଲଗେ ବେସି ବପୁ ଲକ୍ମନ୍ ରଇଲାଇ, ଆରି ତାର୍ ପଚେ ପର୍ମେସରର୍ ପିଲାମନ୍ ନର୍ ଲକର୍ ଟକି ମନ୍କେ ସୁଆବସା କଲାକେ ସେମନର୍ ଲଗେ ଅନି ପିଲାମନ୍ ଜନମ୍ ଅଇଲାଇ, ସେମନ୍ ମିସା ପୁର୍ବ କାଲର୍ ଡାକ୍ପୁଟା ବିରମନ୍ ରଇଲାଇ ।
5 ତାର୍ ପଚେ ପର୍ମେସର୍ ଦେକ୍ଲା ଜେ , ପୁର୍ତିବି ଲଗେ ନର୍ ଲକର୍ କରାପ୍ କାମ୍ ବେସି ବଡିଗାଲା , ଆରି ତାକର୍ ମନର୍ ବାବ୍ନା ବେସି କରାପ୍ ମାତର୍ । 6 ସେଟାର୍ ପାଇ ପର୍ମେସର୍ ପୁର୍ତିବିର୍ ନର୍ ଲକ୍କେ ତିଆର୍ କର୍ବାଟା ଆକା ବୁଲ୍ ବଲି ଏତାଇ କରି ମନେ ମନେ ଦୁକ୍ କଲା , 7 ତାର୍ପଚେ ପର୍ମେସର୍ କଇଲା, ମୁଇ ଦର୍ତନିର୍ ତିଆର୍ କଲା ନର୍ଲକ୍ ମନ୍କେ ଆରି ନର୍ ସଙ୍ଗ୍ ଜିବ୍ଜନ୍ତୁ ଆରି ପେଟ୍ ସଙ୍ଗେ ରାଙ୍ଗ୍ବା ଜନ୍ତ୍ ଆରି ଦର୍ତନିର୍ ଚଡଇମନ୍କେ ମରାଇଦେବି କାଇକେ ବଇଲେ ଆମେ ସେମନ୍କେ ତିଆର୍ କରି ବୁଲ୍ କରିଆଚୁ । 8 ମାତର୍ ନଅ ପର୍ମେସରର୍ ଆଁକିତେଇ ଆସିର୍ବାଦ୍ ପାଇଲା ,
ନଅର୍ କାତାନି
9 ନଅର୍ ବଁସର୍ ତାଲିକା ଏଟା , ନଅ ନିଜର୍ ସମଏଁ ଲକମନର୍ ବିତ୍ରେ ଅନି ଦରମ୍ ଆରି ସାଦୁ ଲକ୍ ରଇଲା , ନଅ ପର୍ମେସରର୍ ସଙ୍ଗେ ଇଣ୍ଡାବୁଲା କର୍ତେ ରଇଲା ।