7 ମେଣ୍ଡେ ଆ ଗଟନାତ୍ ପେର୍କେ ତାନ୍ ପ୍ରବୁନ୍ ମୁତେ ଯୋଷେପ୍ତେ ପର କଣ୍ଡା ୱାଟାଙ୍କ୍ ପସ୍ପ୍ତେ; ଆସୁଟ୍ ଅଂକିଙ୍କ୍ କେତ୍ତେ, ନିମେ ନା ତଡ଼୍ ଉଞ୍ଜା। 8 ମାତର୍ ଯୋଷେପ୍ ଅସ୍ୱିକାର୍ ମାଡ଼ି ତାନ୍ ପ୍ରବୁନ୍ ମୁତେଙ୍କ୍ କେତ୍ତଣ୍ଡ୍, ଉଡ଼ା, ଇ ଲୋନ୍ ନା ଅଦିକାର ବାତା ମିନ୍ଦେ, ନା' ପ୍ରବୁ ଆଦିନ୍ ବିଷୟ ଅୟଣ୍ଡ୍, ଅଡ଼୍ ନା କାଇଦାଗ୍ ତାନ୍ ସାରେ ବିଷୟ୍ ସମର୍ପଣ ମାଡ଼ିମିନ୍ଦେଣ୍ଡ୍। 9 ଇ ଲୋନ୍ ନାକିଙ୍କ୍ ଆନ୍ ବେଡ଼୍ୟଣ୍ଡ୍ ବେନ ଇଲେଣ୍ଡ୍; ନିକ୍ ୱିଡ଼୍ସି ନା ପର ମେଣ୍ଡେ ବାତେବା ମନା ଇଲେ। ବାତେଙ୍କ୍ଇତ୍କେ ନାନ୍ ବେଦ୍ ପୁଟୁଙ୍କ୍ ଇସ ବେଡ଼୍ୟି ଦୁଷ୍ଟତା ନୁ ପରମେଶ୍ୱର୍ତେ ବିରୁଦ୍ଦ୍ତେ ପାପ୍ ମାଡ଼୍ ପାର୍ୱନ୍ ? 10 ମାତର୍ ଆ ମୁତେ ଦିନାଲ୍ ଦିନାଲ୍ ଯୋଷେପ୍ତିଙ୍କ୍ ଇଦ୍ ପୁଟୁଙ୍କ୍ କେତୁତ୍; ମାତ୍ର ଯୋଷେପ୍ ତାନ୍ ତଡ଼୍ ଉଞ୍ଜାନ୍ ମାଇଦିଙ୍କ୍ କି ତାନ୍ ଗାରେ ମାନ୍ଦାନଙ୍କ୍ ଇଚ୍ଛା ମାଡ଼କଟ ମାତ୍ତଣ୍ଡ୍।
11 ଅନ୍ଦିନ୍ ଯୋଷେପ୍ ନିଜର୍ ପାଡ଼୍ୟିଦେ ସେଙ୍ଗେ ଲୋତ୍ ଲୋପେ ଆତ୍ତଣ୍ଡ୍, ମେଣ୍ଡେ ଲୋତ୍ତେ ଚାକର୍ତିଙ୍କ୍ ୱିଡ଼୍ସି ବେନ ଆଗେ ଇଲକଟ ମାତ୍ତଣ୍ଡ୍। 12 ଆଦିଙ୍କ୍ ଆଦ୍ ଯୋଷେପ୍ତେ ଚକ୍ତିଙ୍କ୍ ପୟିସ୍ ନା ତଡ଼୍ ଉଞ୍ଜ୍ ଇଞ୍ଜ ଲାଗାଲାଗି ମାଡ଼ମାତ୍ତେ; ମାତ୍ର ଯୋଷେପ୍ତାନ୍ କାଇଦାଗ୍ ଅନାଦ୍ ଚକ୍କେ ୱିଡ଼୍ସି ବାୟିଦେ ମିର୍ତଣ୍ଡ୍।