ଆଟ୍ ନମର୍ ଡଣ୍ଡ୍ ଚିଟ୍କା
1 ତାର୍ପଚେ ସବୁବେଲର୍ ମାପ୍ରୁ ମସାକେ କଇଲା, ତମେ ପାର ରାଜାର୍ ଲଗେ ଜାଆ; କାଇକେବଇଲେ ଆମେ ଲକ୍ମନର୍ ବିତ୍ରେ ଏ ସବୁ ଚିନ୍ ଦେକାଇବୁ, 2 ଆରି ଆମେ ମିସର୍ ଦେସର୍ ଲକ୍ମନର୍ ଉପ୍ରେ ଜାଇଜାଇ କାମ୍ କରି ଆଚି, ଆରି ସେମନର୍ ଲଗେ ଆମର୍ ଚିନ୍ ବାବ୍ଏରେ ଜନ୍ଜନ୍ କାମ୍ କରିଆଚୁ ସେଟା ସବୁ ତମର୍ ପିଲା ଆରି ନାତିନୁତର୍କେ କଅ, ତେବେ ଜାନବାଇ ଜେ, ମୁଇ ସବୁବେଲର୍ ମାପ୍ରୁ, ସେଟାର୍ପାଇଁ ମୁଇ ପାର ରାଜା ଆରି ତାର୍ ଦାଙ୍ଗ୍ଡାମନର୍ ମନ୍କେ ଡାଟ୍ କରାଇଲି ।