11 ଆରି ସବୁବେଲର୍ ମାପ୍ରୁ ମସାକେ କଇଲା, 12 ମୁଇ ଇସ୍ରାଏଲ୍ ଲକର୍ ଆଉଲି ସୁନ୍ଲି, ତୁଇ ସେମନ୍କେ କଅ,ତମେ ସଞ୍ଜ୍ବେଲାଇ ମାଉସ୍ କାଇସା ଆରି ସାକ୍ଲିଆ ବୁକ୍ ଚାଡ୍ବାକେ କାଦି କାଇସା, ସେଡ୍କିବେଲେ ଜାନି ପାର୍ସା ଜେ ମୁଇସବୁବେଲର୍ ମାପ୍ରୁ । 13 ସଞ୍ଜ୍ବେଲାଇ ଗୁଣ୍ଡ୍ରି ଚଡଇମନ୍ ଆସି ଚାନି ଉପରେ ବର୍ତି ଅଇଲାଇ, ଆରି ସାକାଲ୍ ପାଇବାକେ ଚାନି ଉପ୍ରେ କାକର୍ ପାକାଇଲା । 14 ଆରି କାକର୍ ଉଡି ଗାଲାକେ ମାଟି ଉପରେ ପାତଲ୍ଅଇ ଗୁଲାଗୁଲା ଚେଲ୍କା ଅଦ୍ରି ରବାଟା ଦେକ୍ଲାଇ । 15 ତାର୍ପଚେ ସେଟା ଦେକି ଇସ୍ରାଏଲର୍ ଲକ୍ କାବ ଅଇଜାଇ କାତା ଅଇଲାଇ ଏଟା କାଇଟା? କାଇକେବଇଲେ ସେ ବିସଇରେ ସେମନ୍ ନାଜାନି ରଇଲାଇ, ସେଡ୍କିବେଲେ ମସା ସେମନ୍କେ କଇଲା,ଏଟା ସବୁବେଲର୍ ମାପ୍ରୁ ତମ୍କେ କାଦି ଦେଲା ଆଚେ ।