22 ତମେ କେବେ ରାଣ୍ଡିମାଇଜିକେ କି ଟୁରାଟୁରି ପିଲାଟକିକେ ଦୁକ୍ ଦିଆସ୍ ନାଇ । 23 ତମେ ଜଦି ସେ ମନ୍କେ ଦୁକ୍ ଦେଲେ, ଆରି ସେମନ୍ କାନ୍ଦିକରି ଆମ୍କେ ଡାକ୍ବାଇ, ତେବେ ଆମେ ତାକର୍ ଡାକ୍ ସୁନ୍ବୁ । 24 ଆରି ଆମେ ବେସି ରିସା ଅଇ କାଣ୍ଡା ସଙ୍ଗ୍ ମାରି ମରାଇବୁ, ତେବେ ତମର୍ ମାଇଜି ମନ୍ ରାଣ୍ଡି ଅଇବାଇ ଆରି ପିଲାଟକି ଟୁରାଟୁରି ଅଇବାଇ ।
Publicidade