12 ସେଟାର୍ପାଇଁ ଆମେକଇଲୁନି, ଆଜି ରାତିକେ ମିସର୍ ଦେସର୍ ବାଟ୍ ଦେଇ ମୁଇ ଜିବି ଆରି ମିସର୍ ଦେସର୍ ଲକର୍ ଆରି ପସୁର୍ ପର୍ତୁମ୍ ପିଲାକେ ମରାଇବି ଆରି ମିସର୍ ଦେସର୍ ସର୍ତେ ଦେବ୍ତାକେ ଡଣ୍ଡ ଦେବି, ମୁଇ ସବୁବେଲର୍ ମାପ୍ରୁ ପରମେସର୍ । 13 ତମେ ଜନ୍ ଗରେ ରଇସା, ସେ ଗରେ ମାର୍ଲା ମେଣ୍ଡା ପିଲାର୍ ବନି ଲାଗାଇ ରଇସା, ମୁଇ ସେ ବନି ଦେକ୍ବି ଆରି, ଆରି ଗଟେକ୍ ଗରେ ଜିବି। ମିସର୍ ଦେସର୍ ଲକ୍ ମନ୍କେ ଡଣ୍ଡ୍ ଦେଲାବେଲେ ତମ୍କେ କାଇଟା ମିସା ନ ଅଏ ।