ସୁପ୍ ସାଗର୍ ଲଙ୍ଗ୍ଲାଇ
1 ତାର୍ପଚେ ସବୁବେଲର୍ ମାପ୍ରୁ ମସାକେ କଇଲା, 2 ତମେ ଇସ୍ରାଏଲର୍ ଲକ୍ମନ୍କେ କୁଆ, ତମେ ବାଉଡି ପିଅଇରତର୍ ପୁରୁବ୍ ଦିଗର୍ ମିଗ୍ଦାଲର୍ ଆରି ସମ୍ଦୁର୍ ପାକେ କୁଡିଆ କରତ୍, ଆରି ତମେ ବାଲ୍ସପନ୍ର୍ ମୁଆଟର୍, ଆରି ସମୁଦର୍ ଲଗେ କୁଡିଆ କରି ରଅତ୍ । 3 ତାର୍ପଚେ ପାର ଇସ୍ରାଏଲ୍ ଦେସର୍ ଲକ୍ମନର୍ ବିସଇରେ କଇସା, ଦେସ୍ ବିତ୍ରେ ବାୟା ବିକଲ୍ ଅଇବାଇ ଆରି ମରୁବାଲି ବୁଏଁ ସେମନ୍ ବାଟ୍ ଗାଟ୍ ନ ମିଲେ । 4 ଆରି ମାପ୍ରୁ ପାର ରାଜାର୍ ମନ୍କେ ଆଟ୍ କର୍ସି, ତାର୍ପଚେ ସେ ରିସା ଅଇ ତାକର୍ ପଚ୍ ପଚ୍ କେଦ୍ସି, ଆରି ପାର ରାଜା ଆରି ତାର୍ ସନିଅ ମନର୍ ତେଇ ଅନି ମୁଇ ମଇଁମା ପାଇବି । ତାର୍ପଚେ ମୁଇଁ ସବୁବେଲର୍ ମାପ୍ରୁ, ଏଟା ମିସରର୍ ଲକ୍ମନ୍ ଜାନି ପାର୍ବାଇ ତାର୍ପଚେ ସବୁବେଲର୍ ମାପ୍ରୁର୍ ଆଦେସ୍ ଇସାବ୍ରେ ସେମନ୍ କଲାଇ । 5 ତାର୍ପଚେ ଲକ୍ମନ୍ ବାରଇ ଗାଲାଇ ଆଚତ୍, ବଲି ମିସରର୍ ରାଜା ପାର ସୁନି ସେ ଆରି ତାର୍ ଦାଙ୍ଗ୍ଡାମନ୍ ବାବ୍ଲାଇ, ଆରି ସେମନ୍ କଇଲାଇ, ଆମେ ଏଟା କାଇ କାମ୍ କଲୁ ଆଚୁ? କାଇକେ ଇସ୍ରାଇଲର୍ ଲକ୍କେ ଗତିଦାଙ୍ଗ୍ଡା ତେଇ ଅନି ଚାଡି ଦେଇ ଆଚୁ ଦେଲୁ ? 6 ତାର୍ପଚେ ରାଜା ରତ୍ ବାର୍କରାଇଲା ଆରି ତାର୍ ଲକ୍ମନ୍କେ ଦାରି ବାରଇଲା। 7 ଆରି ଚଅ ସଅ ବାଚ୍ଲା ରତ୍ ଆରି ମିସରର୍ ସର୍ତେ ଲକର୍ ରତ୍ ଆରି ବପୁବପୁ ଲକ୍କେ ରତେ ବସାଇ ନେଲାଇ । 8 ଆରି ସବୁବେଲର୍ ମାପ୍ରୁ ମିସରର୍ ପାର ରାଜାର୍ ମନ୍କେ ଆଟ୍ କରୁକରୁ, ଇସ୍ରାଏଲର୍ ଲକର୍ ପଚେ ପଚେ କେଦ୍ଲାଇ, ସେଡ୍କିବେଲେ ଇସ୍ରାଏଲର୍ ଲକ୍ମନ୍ ଉପ୍ରେ ଆତ୍ ଟେକି ଇଣ୍ଡ୍ତେ ରଇଲାଇ । 9 ତେବେ ମିସରର୍ ଲକ୍ ଆରି ପାର ରାଜାର୍ ସର୍ତେ ଗଡା ଆରି ରତ୍ ଆରି ଗଡାଚାଲାଉମନ୍ ଆରି ସନିଅମନ୍ ପଚେପଚେ କେଦି ନେଇ ବାଲ୍ସପନ୍ ମୁଆଟର୍ ପିଅଇରତ୍ ସମ୍ଦୁରର୍ ବାଲିପଟା ଲଗେ ଇସ୍ରାଏଲ୍ ଲକ୍ମନ୍ କୁଡିଆ କର୍ବାବେଲେ କେଟାଇଲାଇ । 10 ସେଡ୍କିବେଲେ ଇସ୍ରାଏଲ୍ ଲକ୍ମନ୍ ପାର ରାଜା ପାକେ ଆଇବାଟା ଦେକି ଆରି ତାର୍ ପଚେପଚେ ତାର୍ ମିସ୍ରିଅ ଲକ୍ମନ୍କେ କେଦି ଆନ୍ବାଟା ଦେକି ବେସି ଡରିଗାଲାଇ, ଆରି ଇସ୍ରାଏଲର୍ ଲକ୍ମନ୍ ସବୁବେଲର୍ ମାପ୍ରୁକେ ପାର୍ତନା କଲାଇ । 11 ଆରି, ମସାକେ କଇଲାଇ, ମିସର୍ ଦେସେ ମଲେ ତପ୍ବାକେ ଜାଗା ନ ରଇଲାକି ଆମ୍କେ ଏ ମରୁବାଲି ପାଟାଇ ମରାଇବାକେ ଆନି ଆଚୁସ୍ ? ଏନ୍ତାର୍ କରି କଇ କାଇକେ ଆମ୍କେ ମିସର୍ ଦେସେ ଅନି ବାର୍କରାଇ ଆନ୍ଲୁସ୍ନି ? 12 ଆମ୍କେ ରଇବାକେ ଦେ, ଆମେ ମିସର୍ ଦେସେ ଗତିଦାଙ୍ଗ୍ଡା ଅଇ ଜିଇବୁ, କାଇକେକି ଏ ମରୁବାଲି ପଟାଇ ମର୍ବା ବାଦୁଲ୍ ମିସର୍ ଦେସର୍ ଲକର୍ ସେବା କରି ଜିଇବାଟା ବଲ୍, ଆମେ କାଇ ଏ କାତା ମିସର୍ ଦେସେ ତକେ କଇ ନ ରଇଲୁକି? 13 ତାର୍ପଚେ ମସା ଲକ୍ମନ୍କେ କଇଲା, ତମେ ଡରା ନାଇ, ମୁନ୍ଦା ଅଇ ରୁଆ, ସବୁବେଲର୍ ମାପ୍ରୁ ତମ୍କେ ଆଜି କେନ୍ତାର୍ ଉଦାର୍ କର୍ସି ଦେକ୍ସା, ତମେ ମିସରର୍ ଲକ୍କେ ଜେନ୍ତାରି ଆଜି ଦେକ୍ଲାସ୍ନି, ସେନ୍ତାରି କେବେ ମିସା ଦେକି ନାପାରାସ୍ । 14 ତମେ ମୁନ୍ଦା ଅଇ ରୁଆ, ପର୍ମେସର୍ ତମର୍ ପାଇ ଜୁଇଦ୍ କର୍ସି । 15 ସେଡ୍କିବେଲେ ସବୁବେଲର୍ ମାପ୍ରୁ ମସାକେ କଇଲା, ତୁଇ କାଇକେ ମକେ ଡାକ୍ଲୁସ୍ନି ? ଇସ୍ରାଏଲର୍ ଲକ୍କେ ଇଣ୍ଡ୍ବାକେ ତିଆର୍ ଅଇବାକେ କଅ । 16 ତାର୍ପଚେ, ତମେ ନିଜର୍ ଡାଙ୍ଗ୍ ଟେକ୍ ଆରି ସମ୍ଦୁରର୍ ପାନିତେଇ ଚିଆଉଁ, ପାନି ଦୁଇ ବାଗ୍ଅଇସି, ତାର୍ପଚେ ଇସ୍ରାଏଲର୍ ଲକ୍ମନ୍ ସୁକ୍ଲା ବାଟ୍ ଦେଇ ଇଣ୍ଡ୍ବାଇ । 17 ଆରି ଦେକା, ଆମେ ମିସରର୍ ଲକ୍ମନର୍ ଅଦିକ୍ ମନ୍ ଆଟ୍ କର୍ବାଇ, ସେମନ୍ ପଚେପଚେ ଆଇବାଇ, ତାର୍ପଚେ ପାର ଆରି ତାର୍ ସବୁ ସନିଅମନ୍, ରତ୍ ଆରି ଗଡା ଚାଲାଉମନର୍ ତେଇଅନି ମୁଇ ମଇଁମା ପାଇବି। 18 ପାର ରାଜାର୍ ସନିଅ ଆରି ରତ୍, ଗଡାମନର୍ ତେଇ ଅନି ଜିତି କରି ମଇଁମା ପାଇଲା ପଚେ, ମିସରର୍ ଲକ୍ ଜାନିପାର୍ବାଇ ଜେ ଆମେ ସବୁବେଲର୍ ମାପ୍ରୁ ବଲି । 19 ସେଡ୍କିବେଲେ ଇସ୍ରାଏଲ୍ ଲକର୍ ଦଲ୍ ଆଗେ ଆଗେ ପର୍ମେସରର୍ ଦୁତ୍ ବାଦଲ୍ ପାରା ଅଇ ସେମନର୍ ପଚେ ପଚେ ଅଇଲା, ଆରି ମେଗ୍ ବାଦଲ୍ ସେମନର୍ ଲଗେ ଅନି ଅଲ୍ଗା ଅଇ ସେମନର୍ ପଚେ ଟିଆ ଅଇଲା । 20 ସେ ବାଦଲ୍ ମିସରର୍ ଲକର୍ ଆରି ଇସ୍ରାଏଲ୍ ଲକର୍ ମଜାଇ ଆଇଲା, ଆରି ବାଦଲ୍ ଆରି ଆନ୍ଦାର୍ ଅଇ ଗାଲଲେ ମିସା ସେଟା ରାତି ଆସି ଉଜଲ୍ ଦେଲା, ସେଟାର୍ପାଇଁ ସବୁ ରାତି ଗଟେ ଦଲ୍ ଅଲ୍ଗା ଦଲ୍ ଲଗେ ଆସି ନା ପାର୍ଲା । 21 ସେଡ୍କିବେଲେ ମସା ସମ୍ଦୁର୍ ଉପ୍ରେ ନିଜର୍ ଆତ୍ ଚିଇଲାକେ, ସବୁବେଲର୍ ମାପ୍ରୁର୍ ନାଅ ଦାରି ଡାଙ୍ଗ୍ ପାନି ତେଇ ଚିଆଇଲାକେ, ରାତି ସାରା ପୁରୁବ୍ ଦିଗେ ଅନି ପବନ୍ ଆସି ପାନିକେ ଦୁଇ ବାଗ୍ କରି ସୁକାଇ ଦେଲା । 22 ତାର୍ପଚେ ଇସ୍ରାଏଲର୍ ଲକ୍ ସମ୍ଦୁର୍ ଦୁଇ ବାଗ୍ ଅଇଲା ସୁକ୍ଲା ମାଟି ତେଇ ଇଣ୍ଡ୍ଲାଇ ଆରି ତାକର୍ ଉଜାବାଟେ ଆରି ଡେବ୍ରି ବାଟେ କୁଡ୍ ପାରା ପାନି ଟେକି ଅଇ ରଇଲା। 23 ତାର୍ପଚେ ମିସରର୍ମନ୍ ଆରି, ପାର ରାଜାର୍ ସବୁ ସନିଅମନ୍, ଗଡା ଚାଲାଉମନ୍ ଆରି ରତ୍ ଚାଲାଉ ମନ୍ ସର୍ତେ ଲକ୍ ତାକର୍ ପଚେ ପଚେ କେଦି ଦୁଇ ବାଗ୍ ଅଇଲା ସମ୍ଦୁର୍ ବାଟେ ଗାଲାଇ। 24 ମାତର୍ ସବୁବେଲର୍ ମାପ୍ରୁ ମଜାରାତି ବେଲାଇ ଉଜଲ୍ ଅଇବେଲେ ସବୁବେଲର୍ ମାପ୍ରୁ ଜଇଆଲା ଆରି ମେଗ୍ ଆଲା, ମିସରର୍ ସନିଅମନ୍କେ ଦକ୍ଲାଇ, ଆରି ମିସରର୍ ସନିଅମନ୍କେ ଏନେତେନେ କରାଇଲା । 25 ତାକର୍ ରତର୍ ଚକ୍ ଦବି ଗାଲାକେ ଚକ୍ କୁସ୍ଲାଇ ବେସି କସ୍ଟ ସଙ୍ଗ୍ ରତ୍ ଚାଲାଇ, ଆରି ସେଡ୍କିବେଲେ ମିସରର୍ ଲକ୍ କଇଲାଇ, ଆସା ଆମେ ବାଉଡି ଉଟିଜୁ, ସବୁବେଲର୍ ମାପ୍ରୁ ଇସ୍ରାଏଲ୍ ଲକର୍ ସଙ୍ଗ୍ ରଇ ଆମର୍ ବିରୁଦେ ଜୁଇଦ୍ କଲାନି । 26 ତାର୍ପଚେ ସବୁବେଲର୍ ମାପ୍ରୁ ମସାକେ କଇଲା, ଏବେ ତର୍ ଆତ୍ ସମ୍ଦୁର୍ ତେଇ ଚିଆଇ ଦେସ୍, ତାର୍ପଚେ ମିସରର୍ ଲକର୍ ଆରି ରତ୍ ଚାଲାଉମନର୍ ଆରି ଗଡା ଚାଲାଉ ମନର୍ ଉପ୍ରେ ପାନି ଡାବି ଅଇସି । 27 ତାର୍ପଚେ ମସାର୍ ଆତେ ରଇଲା ଡାଙ୍ଗ୍ ସମ୍ଦୁରର୍ ପାନିତେଇ ଆତ୍ ଚିଆଇଲାକେ, ସାକାଲ୍ ପାଇବାକେ ପାନି ବର୍ତି ଅଇଲା, ତାର୍ପଚେ ପାନି ଆଇଲାକେ ମିସରର୍ ଲକ୍ମନ୍ ବାଉଡି ପାଲାଇବାବେଲେ ସବୁବେଲର୍ ମାପ୍ରୁ ସେମନ୍କେ ପାନିତେଇ ବୁଡାଇଲା । 28 ଆରି ପାର ରାଜାର୍ ସନିଅ ଆରି ଗଡା, ରତ୍ ଚାଲାଉମନ୍ ଜେତେକ୍ ଲକ୍ ତାକର୍ ପଚେ ପଚେ ଜାଇତେ ରଇଲାଇ ସର୍ତେ ଲକ୍ ପାନିତେଇ ବୁଡି ମଲାଇ ଗଟେକ୍ ଲକ୍ ମିସା ଜିଅତ୍ ନାଇ । 29 ମାତର୍ ଇସ୍ରାଏଲର୍ ଲକ୍ ସୁକ୍ଲା ମାଟିତେଇ ଇଣ୍ଡିଗାଲାଇ, ପାନି ସେମନର୍ ଉଜା ବାଟେ ଆରି ଡେବ୍ରି ବାଟେ କୁଡ୍ ପାରା ଟେକି ଅଇରଇଲା । 30 ଏନ୍ତାର୍ କରି ସେ ଦିନେ ଇସ୍ରାଏଲର୍ ଲକ୍କେ ମିସର୍ ଦେସର୍ ଲକର୍ ତେଇଅନି ଉଦାର୍ କରି ଆନ୍ଲା ଆରି ତାକର୍ ମୁଆଟେ ମିସରର୍ ଲକ୍କେ ପାନିତେଇ ମଲାଟା ଦେକ୍ଲାଇ । 31 ସବୁବେଲର୍ ମାପ୍ରୁ ମିସରର୍ ଲକ୍ର ବିରୁଦେ ଏ ଜନ୍ କାବା କାମ୍ କଲାଇ, ସେଟା , ଇସ୍ରାଏଲର୍ ଲକ୍ ଦକ୍ଲାଇ, ତାର୍ପଚେ ଲକ୍ମନ୍ ସବୁବେଲର୍ ମାପ୍ରୁକେ ଡରି କରି ତାର୍ ସବୁବେଲର୍ ତେଇ ଆରି ତାର୍ ଦାସ୍ ମସାର୍ ଉପରେ ବିସ୍ବାସ୍ କରି ଇଣ୍ଡ୍ଲାଇ ।