2 ତାର୍ପଚେ ସେ ମାଇଜି ଗାଗ୍ଡେ ଅଇ ଗଟେକ୍ ପିଲା ଜନମ୍ କଲା, ଆରି, ସେ ପିଲା ବେସି ସୁନ୍ଦର୍ ରଇଲାଜେ ସୁନ୍ଦର୍କେ ଦେକିନାପାରି କରି, ତିନ୍ ମାସ୍ ଜାକ ଲୁଚାଇ କରି ସଙ୍ଗଇ ରଇଲାଇ । 3 ଆରି ସେ ପିଲା କେ ଲୁଚାଇ ନାପାରି, ଗଟେକ୍ ଜୁଡି ଚାଟ୍ନା ତିଆର୍ କରି ଦୁପ୍ ଆରି ଚିକଟ୍ ମାଟି ଲିପି, ପିଲାକେ ଚାଟ୍ନା ବିତ୍ରେ ଡୁଲାଇ କରି ନିଲିଆ ନାଅଁର୍ ଗାଡ୍ ତେଇ ନେଇକରି ବଁଙ୍ଗ୍ଲାଇ ଦେଲା ।