5 ତାର୍ପଚେ ପାର ରାଜାର୍ ଟକିମନ୍ ଗାଡେ ପାନି ଦଇବାକେ ଜାଇ ରଇଲାଇ, ଜୁଡି ଚାଟ୍ନା ବଙ୍ଗ୍ଲି ଆଇବାଟା ଦେକ୍ଲା ଆରି ଦାଙ୍ଗଡି ମନ୍କେ ବେଟି ଆନ୍ବାକେ କଇଲା । 10 ତାର୍ପଚେ ପିଲା ବଡ୍ ଅଇଲାକେ, ସେ ନେଇକରି ପାର ରାଜାର୍ ଟକିକେ ଦେଲା, ତାର୍ପଚେ ପିଲା ତାର୍ ନିଜର୍ ଅଇଲା, ଆରି ତାର୍ ନାଉଁ ମସା ବଲିକରି ଦେଲା; କାଇକେବଇଲେ ଏ ପିଲାକେ ମୁଇଁ ଗାଡେ ଅନି ବେଟି ଆନ୍ଲି ଆଚି ।