ପର୍ମେସର୍ ମସାକେ ଡାକ୍ଲା
1 ସେଡ୍କିବେଲେ ମସା ତାର୍ ସାତ୍ରା ଜିତ୍ର ନାଉଁର୍ ମିଦିଅନିଅର୍ ଜାଜକ୍ ଚେଲି ଚାରାଇତେ ରଇଲା; ଆରି ସେ ଦିନେ ମରୁବାଲି ଜିତାଇ ଅରେବ୍ ବଲି ଗଟେକ୍ ପର୍ମେସରର୍ ଡଙ୍ଗ୍ରେ ଦାରି ଗାଲା। 2 ତେଇ ଗଟେକ୍ ବୁଟାଇ ଜଇ ଲାଗିକରି ସବୁବେଲର୍ ମାପ୍ରୁର୍ ଦୁତ୍ ମସାକେ ଦର୍ସନ୍ ଦେଲା; ସେଟାର୍ପାଇଁ ସେ ନିକକରି ଦେକି ଦେକ୍ଲା, ଆରି କଇଲା, ଦେକା, ଏ ବୁଟାଇ ଜଇଲାଗ୍ଲାନି, ମାତର୍ ବୁଟା ମୁଲ୍କେ ପଡେ ନାଇ। 3 ତେବେ ମସା କାବା ଅଇ ଜାଇକରି, ବୁଟା କାଇକେ ପଡେନାଇ, ଲଗେ ଜାଇ ଦେକ୍ବି ଏଟା ବଡେ ବଏଁକାର୍ କାତା, ଆଲେଜାଇ ଦେକ୍ବିପନି କାଇକେ ଏ ବୁଟା ପଡେ ନାଇ। 4 ମାତର୍ ମସା ଲଗେ ଜିବାଟା ଦେକି, ସବୁବେଲର୍ ମାପ୍ରୁ ଜଇ ଲାଗ୍ବା ବୁଟା ତେଇ ଅନି କଇଲା, ଏ ମସା, ଏ ମସା ସେ ଉଁକାର୍ଲା, ଉଁ ପର୍ବୁ, ଉଁ ପର୍ବୁ, ମୁଇ ଇତି ଆଚି । 5 ସବୁବେଲର୍ ମାପ୍ରୁ ମସାକେ କଇଲା, ତୁଇ ଲଗେ ଆଉ ନାଇ, ତର୍ ଗଡର୍ ପାଣ୍ଡଇ ବେଟ୍; କାଇକେ ବଇଲେ ତୁଇ ଜନ୍ଜାଗାଇ ଟିଆଅଇ ଆଚୁସ୍, ସେଟା ସୁକଲ୍ ଜାଗା। 6 ସବୁବେଲର୍ ମାପ୍ରୁ ଆରି ତରେକ୍ କଇଲା, ମୁଇ ତମର୍ ଆନି ଦାଦି ମନର୍ ମାପ୍ରୁ, ଅବରାଆମ୍, ଇସାକ୍ ଆରି ଜାକୁବର୍ ମାପରୁ। ତାର୍ପଚେ ମସା ଡରିଜାଇ କରି ମୁଏ ଡାବି ଅଇଦେଲା, କାଇକେବଇଲେ ସବୁବେଲର୍ ମାପ୍ରୁ ତେଜର୍ ବପୁକେ ଦେକି । 7 ସେଡ୍କିବେଲେ ସବୁବେଲର୍ ମାପ୍ରୁ କଇଲା, ଆମେ ମିସର୍ ଦେସେ ରଇବା ଲକ୍ମନର୍କେ ବଲ୍ବାବ୍ରେ ଜାନିଆଚୁ, ଆରି କାମ୍ କରାଉମନ୍ କସ୍ଟ ଦେଲେ ସରି ସେମନ୍ କାନ୍ଦ୍ବାଟା ସୁନ୍ଲୁଆଚୁ; ଆରି ସେମନର୍ ଦୁକ୍ କସ୍ଟକେ ମିସା ଜାନି ଆଚୁ। 8 ସେଟାର୍ପାଇଁ ମିସର୍ ଦେସେ ଅନି ଉଦାର୍ କର୍ବାକେ, ସେ ଦେସେଅନି, ନିକ ଆରି ପିରିସିଅ ଦେସ୍କେ, କଇବାକେ ଗାଲେ କିଣାନ୍, ଇତିଅ, ଇମରିଅ, ପରିସିଅ, ଇଦିଅ ଆରି ଜିବୁସିଅମନ୍ ଜନ୍ଜାଗାଇ ରଇବାଇ, ଜନ୍ ଦେସେକି ମୁଁରସ୍ ଆରି ଉର୍ବର୍ ଜମି ରଇସି ସେ ଦେସେ ନେବାକେ ଆମେ ଉତ୍ରି ଆଇଲୁ ଆଚୁ । 9 ସେଟାର୍ପାଇଁ ଦେକା, ଇସ୍ରାଏଲର୍ ଲକ୍ମନ୍ କାନ୍ଦ୍ବାଟା ମର୍ କାନେ ପଡ୍ଲା ଆଚେ; ଆରି ମିସର୍ ଦେସର୍ ଳକ୍ମନ୍, ସେମନ୍କେ ଜନ୍ ଦୁକ୍ କସ୍ଟ ଦେଲାଇ ଆଚତ୍, ସେଟାମିସା ଆମେ ନିକ ସଙ୍ଗେ ଦେକି ଆଚୁ। 10 ସେଟାର୍ପାଇଁ ଏବେ ଆସା, ମୁଇ ତକେ ପାର ରାଜାର୍ ଲଗେ ପାଟାଇବି, ତମେ ମିସର୍ଦେସେ ରଇବା ଆମର୍ ଲକ୍ ମନ୍କେ ଇସ୍ରାଏଲର୍ ଲକ୍ମନ୍କେ ଡାକି ଆନ୍ସୁ। 11 ତାର୍ପଚେ ମସା ପର୍ମେସର୍କେ କଇଲା, "ମୁଇ କେ ଜେ" ପାର ରାଜାର୍ ଲଗେ ଜିବି ଆରି ମିସର୍ ଦେସେ ଅନି ଇସ୍ରାଏଲ୍ ଦେସେ ରଇବା ଲକ୍ମନ୍କେ ବାର୍କରାଇ ଆନ୍ବି ? 12 ସେଟାର୍ପାଇଁ ସବୁବେଲର୍ ମାପ୍ରୁ କଇଲା, ମୁଇ ତର୍ ସଙ୍ଗ୍ ସଙ୍ଗ୍ ରଇବି, ତକେ ମୁଇ ପାଟାଇଲିନି, ସିତି ତୁଇ ଗଟେକ୍ ଚିନ୍ ଜାନ୍ସୁ, ତମେ ମିସର୍ ଦେସେଅନି ସବୁଲକ୍କେ ଡାକିଆନ୍ଲା ପଚେ ତମେମନ୍ ଏ ପରବତ୍ ଲଗେ ମକେ ସେବା କର୍ସା । 13 ତାର୍ପଚେ ମସା ପର୍ମେସର୍କେ କଇଲା, ଦେକା ମୁଇ ଜେଡ୍ବେଲେ ଇସ୍ରାଏଲ୍ ଦେସେ ଜାଇକରି ସେମନ୍କେ କଇବି, କି ତମର୍ ଆନି ଦାଦି ମନର୍ ପରମେସର୍ ମକେ ତମର୍ ଲଗେ ପାଟାଇ ଆଚେ; ଜଦି ସେମନ୍ ପାଚାର୍ବାଇ, ତାର୍ନାଉଁ କାଇନାଉଁ ବଲିକରି ପାଚାର୍ଲେ, ସେଡ୍କିବେଲେ ମୁଇ କାଇ ବଲିକରି ଉତର୍ଦେବି ? 14 ପର୍ମେସର୍ ମସାକେ କଇଲା, ମୁଇ ଜେ ଆଚି, ସେ ଆଚି, ଆରି ସେ କଇଲା, ତମେ ଇସ୍ରାଏଲ୍ ଲକ୍କେ କଇସା, ମୁଇ ନିଜେ, ମୁଇଁ ଆଚି, ମକେ ତମର୍ ଲଗେ ପାଟାଇ ଆଚେ । 15 ଆର୍ ତରେକ୍ ପର୍ମେସର୍ ମସାକେ କଇଲା, ତୁଇ ଇସ୍ରାଏଲର୍ ଲକ୍ମନ୍କେ ଏନ୍ତାର୍ ବଲିକରି କଅ, ତମର୍ ଆନିଦାଦି ମନର୍ ପରମେସର୍ କଇବାକେ ଗାଲେ ଅବରାଆମ୍, ଇସାକ୍ ଆରି ଜକୁବର୍ ପରମେସର୍, ମକେ ତମର୍ ଲଗେ ପାଟାଇ ଆଚେ, ମୁଇନିଜେ, ଆମର୍ ଏ ନାଅ, କେବେମିସା ନ ସାରେ, ଏ କାତା କଇଲେ ସେମନ୍ ଜାନ୍ବାଇ, ଆରି ପିଡିପିଡି ଦାରି ମକେ ଏତାଇବାଇ । 16 ତମେ ଜାଆ ଆରି ଇସରାଏଲ୍ର ନେତାମନ୍କେ ଗଟେକ୍ ଲଗେ ଡାକି କରି ଏ କାତାକେ କଅ, ତମର୍ ଆନିଦାଦିମନର୍ ପର୍ମେସର୍, କଇବାକେ ଗାଲେ, ଅବ୍ରାମ୍, ଇସାକ୍ ଆରି ଜାକୁବର୍ ପରମେସର୍ ଦରସନ୍ ଦେଇ ମକେ କଇଲା ଆଚେ, ଆମେ ତମର୍ ପାଇ ମିସର୍ ଦେସେ ଜାଇ ଜାଇଟା କଲାଇନି, ସେ ବିସଇର୍ ଲାଗି ଆମେ ବେସି ଦିଆନ୍ ଦେଲୁନି। 17 ଆରି, ମୁଇ ତମ୍କେ ମିସର୍ଦେସର୍ ଲକ୍ ଦୁକ୍ କସ୍ଟ ଦେବା ଟାନେ ଅନି ଉଦାର୍ କରି କିଣାନିଅ, ଇତିଅ, ଇମରିଅ, ପରିସିଅ ଇବିଅ ଆରି ଜିବୁସିଅ ମନ୍କେ ମୁଁରସ୍ ଆରି ଉର୍ବର୍ ଜମି ରଇବା ଦେସେ ନେଇ ଜିବୁ ବଲିକରି କଇଲୁ ଆଚୁ । 18 ତାର୍ପଚେ ତମର୍ କାତାକେ ସେମନ୍ ନ ମାନତ୍; ସେଟାର୍ପାଇଁ ତମେ ଆରି ଇସ୍ରାଏଲର୍ ନେତାମନ୍କେ ମିସିକରି ମିସରର୍ ରାଜାକେ ଜାଇ କରି ଏ କାତା କୁଆ, ଏବ୍ରିଅ ଲକ୍ ମନର୍ ପର୍ମେସର୍ ଆମ୍କେ ଦର୍ସନ୍ ଦେଲା ଆଚେ; ସେଟାର୍ପାଇଁ ଆମେ ତମ୍କେ ବାବୁଜିଆ କଲୁନି, ସବୁବେଲର୍ ମାପ୍ରୁର୍ ଉଦେସ୍ରେ ବଲିଦାନ୍ ଦେବାକେ ଏବେ ଆମ୍କେ ତିନ୍ଦିନର୍ ମରୁବାଲି ବାଟେ ଜିବାକେ ଆଦେସ୍ ଦେ । 19 ମାତର୍ ଆମେ ଜାନିଆଚୁ, ମିସରର୍ ରାଜା କେବେ ମିସା ନ ପାଟାଏ, ତମେ ମାରି ଚପି ଅଇଲେ ମିସା ବପୁ ରଇଲା ଆତ୍ ଆଇଲେ ମିସା ନ ପାଟାଏ । 20 ସେଟାର୍ପାଇଁ ମୁଇଁ ମିସର୍ ଦେସେ କାଇଆଲେ କାବା ଅଇଜିବା କାମ୍ କରବି, ସେରକାମ୍ ମିସର୍ ଦେସ୍କେ କସ୍ଟ ଦେଲେ ସେ ରାଜା ତମ୍କେ ଜିବାକେ ବାଟ୍ ଚାଡ୍ସି । 21 ଆରି ମିସର୍ଦେସର୍ ଲକ୍ମନ୍ ରଇଲା ବେଲେ ସେ ତମ୍କେ ଆସିର୍ବାଦ୍ କର୍ବି, ଆରି ତମେ ଜିବାବେଲେ ଚୁଚାଆତେ ନ ଜାଆସ୍; 22 ମାତର୍ ସବୁ ମାଇଜି ଟକିମନ୍ ମିସର୍ର ମାଇଜି ମନର୍ ସୁନା ରୁପା ଆରି ବସ୍ତର୍ ମାଙ୍ଗିକରି ନେଇ ଜାଇସା; ଆରି ନିଜର୍ ନିଜର୍ ପିଲା ଟକି ମନ୍କେ ପିନ୍ଦାଇସା,ଏ ରକାମ୍କରି ତମେ ମିସର୍ଦେସର୍ ଦନ୍ ସଁପତି ଜୁରି ଆନ୍ସା।