1 ଦେକ୍ରକମ୍ ବାବ୍ରେ ପର୍ମେସର୍ କିତଙ୍ଗ୍ ଇନିନ୍ୟା ଆରି ମଚ୍ପୁର୍ ବିତ୍ରେ ଲେକ୍ନେ ସାପା ଜିନିସ୍ ତିଆର୍ ଡିଂ ଆଃଡାକେ । 2 ଗୁ ଦିନା ପର୍ମେସର୍ ନିଜର୍ କାମ୍ ଆଃଡାଚେ ଗୁ ଦିନା ନିଜେ ଡିଂକ୍ନେ ସାପା କାମ୍ବାନ୍ ପୁଣ୍ଡେକେ । 3 ବାରି ପର୍ମେସର୍ ଗୁ ଦିନାକେ ଆସିର୍ବାଦ୍ ଡିଂଚେ ପବିତ୍ର ଡାଗ୍ଚେ ବାସଙ୍ଗ୍କେ । ଡାଗ୍ଲା ଆକେନ୍ ଦିନା ପର୍ମେସର୍ ସାପା ଜିନିସ୍ ତିଆର୍ ଡିଂ ଆଡାକ୍ନେ ଇଡ଼ିଙ୍ଗ୍ ପୁଣ୍ଡେକେ ।
4 ଏନ୍ ଡିଂକେ ମଚ୍ପୁର୍ ଆରି କିତଂଇନି ତିଆର୍ ଡିଂନେ ସାମୁଆଁଇଂ । ଆଣ୍ଡିନେ ବେଲା ପର୍ମେସର୍ କିତଂଇନି ଆରି ମଚ୍ପୁର୍ ତିଆର୍ ଡିଂକେ ଏନ୍ ଆତେନ୍ ବେଲାନେ ଇତିଆସ୍ । 5 ଆତେନ୍ ବେଲା ତୁବନ୍ୟା ମେଃଡିଗ୍ ଚେଃମୁଆଁ ଆରି ଆଁମାଃଇଲିଃ ଆଲେଃଗେ; ମେଃଡାଗ୍ଲା ମାପ୍ରୁ ପର୍ମେସର୍ ମଚ୍ପୁର୍ନ୍ୟା ଣ୍ଡିଆ ଆଃଗୁର୍ ଆବଗେ, ଆରି ଲିଜ ବ୍ରି ସ୍ଲେ ନ୍ସା ରେମୁଆଁ ଆଃ ଆଲେଃଆର୍ଗେ । 6 ବାରି ମଚ୍ପୁର୍ବାନ୍ ମୁଇଂ ତାଉଲଃ ତାର୍ଚେ ସାପା ତୁବନ୍ୟା ଣ୍ଡିଆ ମିରିୟାଃକେ ।
7 ଆରି ମାପ୍ରୁ ପର୍ମେସର୍ ତୁବନେ ଦୁଲିବାନ୍ ରେମୁଆଁକେ ତିଆର୍ ଡିଂଚେ ମେଁନେ ମ୍ମୁଁନ୍ୟା ଉମ୍ପାର୍ ବିଚେ ଜିବନ୍ ଡିଂନେ ୱେଡ଼୍ୟା ଆଃଗା ବିଃକେ; ଆତ୍ବାନ୍ ରେମୁଆଁ ଜିବନ୍ ପ୍ରାନି ଡିଂକେ ।
8 ବାରି ମାପ୍ରୁ ପର୍ମେସର୍ ପୁର୍ବ ଦିଗ୍ନ୍ୟା ଲେଃକ୍ନେ ଏଦନଅରିଆ ମୁଇଂ ଡୁଗ୍ଡି ତିଆର୍ ଡିଂଚେ ଆତ୍ଅରିଆ ମେଁ ତିଆର୍ ଡିଂକ୍ନେ ରେମୁଆଁକେ ବକେ । 9 ମାପ୍ରୁ ପର୍ମେସର୍ ଆତେନ୍ ତୁବଃବାନ୍ ବିନ୍ ବିନ୍ ଜାତିନେ ନିମାଣ୍ଡାଃ ତ୍ନାନେ ଆରି ନିମାଣ୍ଡାଃ ଚଙ୍ଗ୍ନେ ସ୍ଲାଃ, ବାରି ଆତେନ୍ ଡୁଗ୍ଡିନେ ମଜେ ଜାଗାନ୍ୟା ଅମୃତ୍ ସ୍ଲାଃ ଆରି ସଦ୍ସତ୍ ଗିଆନ୍ ବିବିଃନେ ସ୍ଲାଃ ଉଂକେ ।
10 ଡୁଗ୍ଡିନ୍ନିଆ ଣ୍ଡିଆଃ ଗୁର୍ଲା ଏଦନବାନ୍ ମୁଇଂ ଲଣ୍ଡିଆ ତାର୍ଚେ ଆତେନ୍ ଜାଗାବାନ୍ ବିନ୍ ବିନ୍ ଅଁବାଗ୍ ଡିଂକେ । 11 ପର୍ତୁମ୍ ଲଣ୍ଡିଆନେ ମ୍ନି ପିଶୋନ; ଆତେନ୍ ସୁନା ତାର୍ନେ ହବୀଲା ଦେସ୍ ପାକା ଜାର୍କେ । 12 ଆତେନ୍ ଦେସ୍ନେ ସୁନା ନିମାଣ୍ଡା, ବାରି ଆତ୍ଅରିଆ ମୁକ୍ତା ଆରି ଗୋମେଦକ ମଣୀ ତାର୍ମ୍ୟାକେ । 13 ଦୁତିୟ ଲଣ୍ଡିଆନେ ମ୍ନି ଗୀହୋନ; ଆକେନ୍ ସାପା କୂଶ ଦେସ୍ ପାକା ଜାର୍କେ । 14 ତୁର୍ତିୟ ଲଣ୍ଡିଆନେ ମ୍ନି ହିଦ୍ଦେକଲ୍, ଆକେନ୍ ଅଶୂର ଦେସ୍ନେ ସେଃମଁ ବିଃଚେ ୱେମ୍ୟାଃକେ । ଚତୁର୍ତ ଲଣ୍ଡିଆନେ ମ୍ନି ଫରାତ୍ ।
15 ବାରି ମାପ୍ରୁ ପର୍ମେସର୍ ଆତେନ୍ ରେମୁଆଁକେ ଡୁଙ୍ଗ୍ୱେଚେ ଏଦନ ଡୁଗ୍ଡିକେ ନିମାଣ୍ଡା ଆଃରେନେ ଆରି ରକ୍ୟା ଡିଂନ୍ସା ବଗେ । 16 ମାତର୍ ମାପ୍ରୁ ପର୍ମେସର୍ ଆତେନ୍ ରେମୁଆଁକେ ଆଦେସ୍ ବିଃଚେ ବାସଙ୍ଗ୍କେ, "ପେ ଡୁଗ୍ଡିନେ ସାପା ସ୍ଲାଃନେ ଚୁଚୁ ନିଜର୍ ଇକ୍ଚାରେ ଚଙ୍ଗ୍ ପେୟାଏ, 17 ମାତର୍ ସଦ୍ସତ୍ ଗିଆନ୍ ବିଃନେ ସ୍ଲାଃନେ ଚୁଚୁ ଚଙ୍ଗ୍ ପେୟା ଣ୍ଡୁ, ମେଃଡାଗ୍ଲା ଅଃନା ଆତାନ୍ ପେଚଙ୍ଗ୍ଏ, ଆତେନ୍ ଦିନ୍ ଡିଲାଡିଗ୍ ପେଗୁଏଃଏ ।"
18 ଇଡ଼ିଂ ମାପ୍ରୁ ପର୍ମେସର୍ ବାସଙ୍ଗ୍କେ, ରେମୁଆଁ ମୁଇଂଜା ଲେଃନେ ବଲ୍ ଣ୍ଡୁ, ନେଙ୍ଗ୍ ମେଁ ନ୍ସା ମେଁନେ ଏଃତେ ଲେଃଚେ ବୃଆଡିକେଃ ନ୍ସାଃ ମୁଇଂ ସେଲାମ୍ବୁଏଃ ତିଆର୍ ଣ୍ଡିଂଏ । 19 ଆରି ମାପ୍ରୁ ପର୍ମେସର୍ ତୁବବାନ୍ ପ୍ଲଗ୍ନେ ପସୁ ଆରି ୱାଲେଃନେ ପ୍ଲିଗ୍ଇଂ ତିଆର୍ ଡିଂଚେ ଆଦମ ଆମେଇଂକେ ମେଃ ମ୍ନି ବିଃଏ, ଆକେନ୍ ମ୍ୟା ନ୍ସା ସାପା ରେମୁଆଁକେ ମେଁନେ ଡାଗ୍ରା ଡୁଙ୍ଗ୍ପାଙ୍ଗ୍କେ । ତେଲା ଆଦମ ଆତେନ୍ ପ୍ରାନିଇଂ ବିତ୍ରେବାନ୍ ଆଜାକେ ଆଣ୍ଡିନେ ମ୍ନି ବିଃକେ, ମେଁନେ ଆତେନ୍ ମ୍ନି ଡିଂକେ । 20 ଦେକ୍ରକମ୍ ଆଦମ ପସୁ, କିତଂନେ ପ୍ଲିଗ୍ ଆରି ପ୍ଲଗ୍ନେ ସାପା ଜନ୍ତୁନେ ମ୍ନି ବିଃକେ; ମାତର୍ ରେମୁଆଁ ନ୍ସାଃ ମେଁ ଏଃତେ ଲେଃଚେ ବ୍ରୁଆଡିକେଃନେ ସେଲାମ୍ବୁଏଃ ଆତ୍ନାକେ ଣ୍ଡୁ ।
21 ଇଡ଼ିଂ ମାପ୍ରୁ ପର୍ମେସର୍ ଆଦମକେ ଜାବର୍ ଲେମୁଁଆଃନ୍ୟା ଆଃଡୁଲେଗ୍ ବିଃଚେ ଆତେନ୍ ଲେମୁଁଆଃ ବେଲା ମେଁନେ ଇଃତୁଡ଼ା ପାଞ୍ଜ୍ରା ଡୁଙ୍ଗ୍ୱେଚେ ଚିଲି ଏଃତେ ଆତେନ୍ ଜାଗା ପୁରନ୍ ଆଃଡିଂକେ । 22 ଆରି ମାପ୍ରୁ ପର୍ମେସର୍ ଆଦମ୍ନେବାନ୍ ଆଣ୍ଡିନେ ପାଞ୍ଜ୍ରା ଇଃତୁଡ଼ା ଡୁଙ୍ଗ୍ୱେକେ, ଆତେନ୍ ବାନ୍ ମୁଇଂ ସେଲାମ୍ବୁଏଃ ତିଆର୍ ଡିଂଚେ ଆଦମନେ ଡାଗ୍ରା ଡୁଙ୍ଗ୍ପାଙ୍ଗ୍କେ । 23 ତେଲା ଆଦମ ବାସଙ୍ଗ୍କେ, ଏଃତର୍ ଡିଂଗେ; "ଆକ୍ମେ ନିଂନେ ଞ୍ଚିଆନେ ଞ୍ଚିଆ ଆରି ଚିଲିନେ ଚିଲି; ଆକ୍ମେନେ ମ୍ନି ସେଲାମ୍ବୁଏଃ, ମେଃଡାଗ୍ଲା ଆକ୍ମେ ରେମୁଆଁବାନ୍ ତିଆର୍ ଡିଂଲେଃକେ ।" 24 ଏନ୍ସାଃ ରେମୁଆଁ ନିଜେନେ ଆବା ଇୟାଙ୍ଗ୍କେ ଆନ୍ତାର୍ଚେଃ ନିଜେନେ କୁନୁଏଃ ଏଃତେ ମୁଇଂଅରିଆ ଲେଃଏ, ଆରି ମେଇଂ ମୁଇଂ ଗାଗ୍ଡ଼େ ଡିଂଆର୍ଏ ।
25 ଆଦମ ଆରି ମେଁନେ କୁନୁଏଃ, ମ୍ବାୟା ଡିକ୍ଚା ଲେଃଆର୍ଲା ଡିଗ୍ ମେଇଂନେ ଗିଆସ ଆଲେଃଗେ ।