1 ଏନ୍ ସାପା ଗଟ୍ନା ଗଟେକ୍ନେ ଇଡ଼ିଙ୍ଗ୍, ପର୍ମେସର୍ ଅବ୍ରହାମ୍ନେ ବିସ୍ବାସ୍ନେ ପରିକ୍ୟା ଡିଙ୍ଗ୍କେ । ମେଁ ଆମେକେ ୱାକେ, "ଅ ଅବ୍ରହାମ," ତେଲା ମେଁ ବାସଙ୍ଗ୍କେ, "କେଲା, ନିଂ ଆକ୍ଅରିଆ ନ୍ଲେଃକେ ।"
2 ଏନ୍ ଇଡ଼ିଙ୍ଗ୍ ପର୍ମେସର୍ ବାସଙ୍ଗ୍କେ, "ନାଁନେ ମୁଇଂ ମାତର୍ ଉଂକେ ମୋରିୟା ଦେସ୍ଅରିଆ ଡୁଙ୍ଗ୍ ୱେଲା । ମୋରିୟାନ୍ୟା ନାଁନେ ମୁଇଂ ଆଃ ଉଂ ଇସ୍ହାକ୍କେ ନେଙ୍ଗ୍ ନ୍ସା ସୁଆ ବଲି ବିଃ । ନେଙ୍ଗ୍ ଆଣ୍ଡିନେ କଣ୍ଡା ମ୍ୱାସଙ୍ଗ୍ଏ, ଆତେନ୍ କଣ୍ଡା ଡୁଙ୍ଗ୍ୱେଚେ ପୁଜା ଡିଙ୍ଗ୍ ।"
3 ଅବ୍ରହାମ ଞ୍ଜିର୍ନୁଗ୍ ତଡ଼୍ୟାଚେ ବାରି ନିଜର୍ ଗଦ ଆଡ଼ାତ୍ରା ସାପା ସାମାନ୍କେ ସଜେଚେ ମେଁ ମେଁନେ ଉଂଡେ ଇସ୍ହାକ୍ ବାରି ମ୍ୱାୟା ଚାକର୍କେ ମେଁନେ ସଙ୍ଗେ ଡୁଙ୍ଗ୍ୱେକେ । ଅବ୍ରହାମ ସୁଆ ବଲି ବିନ୍ସା ସୁଆ ସିତଗ୍ଚେ ପର୍ମେସର୍ ବାସଙ୍ଗ୍ବକ୍ନେ ଜାଗାନ୍ୟା ୱାରାଙ୍ଗ୍ୱେକେ । 4 ଞ୍ଜିଦିନା ଅବ୍ରହାମ ସ୍ଲବାନ୍ ତାଣ୍ଡେଚେ ଆତେନ୍ ଜାଗା କେକେ । 5 ଆତାନ୍ ବେଲା ଅବ୍ରହାମ ତେନ୍ ଚାକର୍ଇଂକେ ବାସଙ୍ଗ୍କେ, ପେଇଂ ଆକାନ୍ ଜାଗାନ୍ୟା ଗଦ ଏତେ ଲାଲାପା । ନେଙ୍ଗ୍ ବାରି ଗଡ଼େଅ ନେ ମ୍ୱାୟା ଆତେନ୍ ଜାଗାନ୍ୟା ୱେଚେ ଆରାଦନା ଡିଙ୍ଗ୍ଚେ ପେଇଂନେ ଡାଗ୍ରା ଆଣ୍ଡେ ନେପାଙ୍ଗ୍ଏ ।
6 ଅବ୍ରହାମ ମେଁନେ ଉଂଣ୍ଡେନେ ଜେବାନ୍ୟା ସୁଆ ବଲି ନ୍ସା ସୁଆ ଆଡୁଙ୍ଗ୍ବିକେ ବାରି ନିଜେ ସୁଆ ବାରି ମୁଇଂ ସୁରିସଗ୍ ସାକେ । ଏନ୍ ଇଡ଼ିଙ୍ଗ୍ ମ୍ୱାୟା ମିସୁଃଚେ ୱେଆର୍କେ । 7 ଇସ୍ହାକ୍ ମେଁନେ ଆବା ଅବ୍ରହାମକେ ବାସଙ୍ଗ୍କେ, "ଅ ଆବା," ତେଲା ଅବ୍ରହାମ ବାସଙ୍ଗ୍କେ, "ଅ ନେଙ୍ଗ୍ନେ ଉଂ, କେଲା, ନିଂ ଆକ୍ଅରିଆ ।" ଇସ୍ହାକ୍ ବାସଙ୍ଗ୍କେ, "ନେନେ ସୁଆ ବଲି ନ୍ସା ସୁଆ ବାରି ସୁଆ ଲେଃକେ, ମାତର୍ ଆଣ୍ଡିନେ ମେଣ୍ଡାକେ ପୁଜା ଡିଙ୍ଗ୍ଡିଙ୍ଗ୍ଏ ଆତେନ୍ ଆଣ୍ଡିକା ?"
8 ଅବ୍ରହାମ ବାଲିର୍କେ, "ଅ ନେଙ୍ଗ୍ନେ ଉଂଡେ, ପର୍ମେସର୍ ନିଜେ ସୁଆ ବଲି ଡିଙ୍ଗ୍ ନ୍ସା ମେଣ୍ଡା ଉଂଡେ ଆର୍ମେ ବିଏ ।" ତେସା ଇସ୍ହାକ୍ ବାରି ଅବ୍ରହାମ ମିସୁଃଚେ ଆତେନ୍ ଜାଗାନ୍ୟା ୱେଆର୍କେ ।
9 ପର୍ମେସର୍ ବାସଙ୍ଗ୍ବକ୍ନେ ଜାଗାନ୍ୟା ମେଇଂ ପାଙ୍ଗ୍ଆର୍କେ । ଆତ୍ଅରିଆ ଅବ୍ରହାମ ମୁଇଂ ପୁଜା ବେଦି ତିଆର୍ ଡିଙ୍ଗ୍କେ ବାରି ମେଁନେ ଆଡ଼ାତ୍ରା ସୁଆ ସଜେକେ । ଏନ୍ ଇଡ଼ିଙ୍ଗ୍ ଅବ୍ରହାମ ଇସ୍ହାକ୍କେ ଗାଗ୍ଚେ ପୁଜା ବେଦିନେ ସୁଆ ଆଡ଼ାତ୍ରା ଆଡୁଲେଗ୍ ବିକେ । 10 ଏନ୍ ଇଡ଼ିଙ୍ଗ୍ ଅବ୍ରହାମ ମେଁନେ ସୁରିସଗ୍ ଜଗ୍ ଆଃତାର୍କେ ବାରି ଇସ୍ହାକ୍କେ ବାଗୁଏ ନ୍ସା ତିଆର୍ ଡିଙ୍ଗ୍କେ । 11 ମାତର୍ ଏନ୍ ବେଲା ମାପ୍ରୁନେ ଦୁତ୍ କିତଂବାନ୍ ଅବ୍ରହାମକେ ୱାଚେ ବାସଙ୍ଗ୍କେ, "ଅ ଅବ୍ରହାମ୍, ଅ ଅବ୍ରହାମ୍ ।" ଅବ୍ରହାମ ବାସଙ୍ଗ୍କେ, "ଅ ମାପ୍ରୁ, କେଲା, ନିଂ ଆକ୍ଅରିଆ ନ୍ଲେଃକେ ।"
12 ମାପ୍ରୁନେ ଦୁତ୍ ଅବ୍ରହାମକେ ବାସଙ୍ଗ୍କେ, "ନାଁ ନାଉଂକେ ଆବାଗୁଏଗେ କି ମେଁନେ ମେଃଡିଗ୍ କେତି ଆଡିଂଗେ । ଏବେ ନେଙ୍ଗ୍ କେଣ୍ଡିଙ୍ଗ୍କେ ଜେ, ନାଁ ପର୍ମେସର୍କେ ବୁଟ ନାଡିଙ୍ଗ୍କେ, ବାରି ମେଁନେ ଆଦେସ୍ ମାନେଃ ନାଡିଙ୍ଗ୍କେ । ଡାଗ୍ଲା ନାଁ ନାଁନେ ମୁଇଂ ଆଃ ନାଉଂକେ ନେଙ୍ଗ୍ ଆତ୍ଲା ପୁଜା ଡିଙ୍ଗ୍ ନ୍ସା ମନା ନାଡିଙ୍ଗ୍କେ ଣ୍ଡୁ ।"
13 ଆତେନ୍ ବେଲା ଅବ୍ରହାମ ପ୍ଲେଗ୍ଚେ ନିଜର୍ ପ୍ଲାପାକା ମୁଇଂ ବୁଟାନେ ଲିଲିନ୍ୟା ଡିରଙ୍ଗ୍ନ୍ନିଆ ମୁଲିଲେଃକ୍ନେ ମୁଇଂ ମେଣ୍ଡା କେକେ । ଆତ୍ବାନ୍ ଅବ୍ରହାମ ୱେଚେ ଆତେନ୍ ମେଣ୍ଡାକେ ଡୁଙ୍ଗ୍ପାଙ୍ଗ୍ଚେ ନିଜର୍ ଉଂଡେ ବାଦୁଲ୍ରେ ମେଣ୍ଡାକେ ସୁଆ ବଲି ନ୍ସା ପୁଜା ଡିଙ୍ଗ୍କେ । 14 ବାରି ଅବ୍ରହାମ ଆତେନ୍ ଜାଗାନେ ମ୍ନି ଯିହୋବା-ଯିରି ବିକେ । "ଏନ୍ସା ଏଃ ଜାକ ରେମୁଆଁଇଂ ବାସଙ୍ଗ୍ଆର୍ଏ, ମାପ୍ରୁନେ କଣ୍ଡାନ୍ୟା ମେଁ ଆର୍ମେ ବିଏ ।"
15 ବାରି ମାପ୍ରୁନେ ଦୁତ୍ ବାର୍ମୁଇଂତର୍ କିତଂବାନ୍ ଅବ୍ରହାମକେ ୱାଚେ ବାଲିର୍କେ, 16 ମାପ୍ରୁ ବାଲିର୍ଡିଙ୍ଗ୍କେ ଜେ, ନାଁ ଆନେକେ ନିଜର୍ ମୁଇଂ ଆଃ ଉଂକେ ବିଃନ୍ସାଃ ମନା ନାଡିଂକେ ଣ୍ଡୁ; 17 ନାଁନେ ଏନ୍ କାମ୍ ନ୍ସା ନେ ନିଂନେ ମ୍ନିରେ ପାର୍ମାନ୍ ଡିଙ୍ଗ୍ନେଡିଙ୍ଗ୍କେ, ନେ ଆନାକେ ଡିଲାଡିଗ୍ ଆସିର୍ବାଦ୍ ଡିଙ୍ଗ୍ଚେ କିତଂନେ ଚାଙ୍କୁଆଇଂ ବାରି କେଣ୍ଡିଆନେ ବାଲି ରକମ୍ ନାଁନେ ବଂସକୁଲ୍ ଡିଲାଡିଗ୍ ମ୍ନା ଆଡିଙ୍ଗ୍ନେବିଏ । ନାଁନେ ବଂସକୁଲ୍ ସତ୍ରୁଇଂନେ ଦେସ୍ଇଂ ଅଦିକାର୍ ଡିଙ୍ଗ୍ଆର୍ଏ । 18 ମଚ୍ପୁର୍ନେ ସାପା ଜାତି ନାଁନେ ବଂସ ବାନ୍ ଆସିର୍ବାଦ୍ ବାଆର୍ଏ । ମେଃଡାଗ୍ଲା ନାଁ ନେଁନେ ସାମୁଆଁ ପାଲନ୍ ଡିଙ୍ଗ୍ନାବକେ । 19 ଅବ୍ରହାମ ମେଁନେ ଚାକର୍ଇଂ ଡାଗ୍ରା ଆଣ୍ଡେ ୱେକେ । ଏନ୍ ଇଡ଼ିଙ୍ଗ୍ ମେଇଂ ସାପାରେ ବେରଶେବା ପାକା ଆଣ୍ଡେଆର୍କେ । ବାରି ଅବ୍ରହାମ୍ ଆତ୍ଅରିଆ ବାସାକେ ।
20 ଏନ୍ ସାପା ଗଟ୍ନା ଗଟେକ୍ନେ ଇଡ଼ିଙ୍ଗ୍, ଅବ୍ରହାମକେ ମୁଇଂ ସାମୁଆଁ କବର୍ ବିଃଆର୍କେ । ଆତେନ୍ ସାମୁଆଁ ଦେକ୍ ରକମ୍ ଲେଃଗେ, "ନାଁନେ ବୟାଁ ନାହୋର ବାରି ମେଁନେ ସେଲାମ୍ବୁଏଃ ମିଲ୍କା ତ୍ମା ରୁଆ ଗଡ଼େଅ ଜନମ୍ ଡିଙ୍ଗ୍ବକେ । 21 ମେଁନେ ମ୍ନା ଗଡ଼େଅ ଊଷ, ମେଁନେ ବୟାଁ ବୂଷ୍ ବାରି ଅରାମନେ ଆବା କମୂୟେଲ, 22 ବାରି କେଷଦ, ହସୋ, ପିଲଦଶ୍ ଆରି ଯିଦ୍ଲପ୍ ଆରି ବଥୂୟେଲ । 23 ଆତେନ୍ ବଥୂୟେଲନେ ସେଲାମ୍ବଃଅ ରିବିକା । ଅବ୍ରହାମନେ ବୟାଁ ନାହୋର ନ୍ସା ମିଲ୍କା ଏନ୍ ତ୍ମା ରୁଆ ଗଡ଼େଇଂକେ ଜନମ୍ ଆଡିଙ୍ଗ୍କେ । 24 ବାରି ନାହୋରନେ ରୂମା ମ୍ନିକ୍ନେ ଡାଆଁ ସେଲାମ୍ବୁଏଃବାନ୍ ଟେବହ ଆରି ଗହମ୍ ଆରି ତହଶ୍ ଆରି ମାଖା, କ୍ମେଇଂ ଜନମ୍ ଡିଙ୍ଗ୍ଆର୍କେ ।"