1 ଅବ୍ରହାମ କଟୂରା ମ୍ନିକ୍ନେ ବାରି ମୁଇଂ ସେଲାମ୍ବୁଏଃ ବିବା ଡିଙ୍ଗ୍କେ । 2 କଟୂରା ଅବ୍ରହାମ ନ୍ସା ସିମ୍ରଣ, ଯକ୍ଷନ, ମଦାନ, ମିଦିୟନ୍, ଯିଶ୍ବକ ବାରି ଶୂହ କ୍ମେଇଂକେ ଜନମ୍ ବିକେ । 3 ମେଁ ଯକ୍ଷନ ଶିବା ବାରି ଦଦାନକେ ଜନମ୍ ବିକେ । ଦଦାନ ଉଂଡେଇଂ ଡିଙ୍ଗ୍ଡିଂକେ, ଅଶୂରୀୟ, ଲଟୂଶୀୟ ବାରି ଲୀୟମ୍ମୀୟ ରେମୁଆଁଇଂନେ ଆଦି ପୁରୁଷ୍ । 4 ମିଦିୟନନେ ଉଂଡେ ଐଫା, ଏଫର, ହନୋକ୍, ଅବୀଦ ଆରି ଇଲଦାୟା, ଏନ୍ ସାପାରେ କଟୂରାନେ ଉଂଡେ ।
5 ଅବ୍ରହାମ ଇସ୍ହାକ୍କେ ନିଜର୍ ସମ୍ପତି ସାପା ବିକେ । 6 ମାତର୍ ଅବ୍ରହାମ ଡାଆଁ ସେଲାମ୍ବୁଏଃନେ ଉଂଣ୍ଡେଇଂକେ ଗଣ୍ଡାଃ ଗଣ୍ଡାଃ ବିଃଚେ ନିଜର୍ ଉଂଡେ ଇସ୍ହାକ୍ବାନ୍ ଆମେଇଂକେ ପୁର୍ବ ଦିଗ୍ ପାକାନେ ଦେସ୍ନ୍ୟା ବେବିକେ ।
7 ଅବ୍ରହାମ ସଏ ପଞ୍ଚସ୍ତରି ମୁଆଁ ମ୍ୱ୍ରକେ । 8 ଏନ୍ଇଡ଼ିଙ୍ଗ୍ ଅବ୍ରହାମ ରୁଗଚ୍ୟା ୱେକେ ବାରି ଗୁଏ ୱେକେ । ମେଁ ଗୁଲୁଏ ମୁଆଁ ଜାକ ମ୍ୱ୍ରକେ । ମେଁ ନିଜର୍ ରେମୁଆଁଇଂନେ ଡାଗ୍ରା ରାଚ୍ୟା ବାକେ । 9 ମେଁନେ ଉଂଡେ ଇସ୍ହାକ୍ ବାରି ଇଶ୍ମାୟେଲ ମମ୍ରିନେ ଡାଗ୍ରା ହିତ୍ତୀୟ ସୋହରନେ ଉଂଡେ ଇଫ୍ରୋଣନେ ଲିଜଡାଗ୍ରା ମକ୍ପେଲା ମ୍ନିକ୍ନେ ପାର୍ଅରିଆ ଆମେକେ ଆତି ବିଃଆର୍କେ । 10 ଆତେନ୍କେ ଅବ୍ରହାମ ହେତୀୟ ଗଡ଼େଇଂବାନ୍ ଆତେନ୍ ଲିଜ ବିଆର୍ବକେ । ଆତେନ୍ ଜାଗାନ୍ୟା ଅବ୍ରହାମକେ ମେଁନେ ସେଲାମ୍ବୁଏଃ ସାରାନେ ଏତେ ଆତି ବିଃଆର୍କେ । 11 ଅବ୍ରହାମ ଗୁଏକ୍ନେ ଇଡ଼ିଙ୍ଗ୍ ପର୍ମେସର୍ ମେଁନେ ଉଂଡେ ଇସ୍ହାକ୍କେ ଆସିର୍ବାଦ୍ ଡିଙ୍ଗ୍କେ । ବାରି ଇସ୍ହାକ୍ ବେର-ଲହୟ-ରୋୟୀ ମ୍ନିକ୍ନେ ଜାଗାନ୍ୟା ବାସାକେ ।
12 ସାରାନେ ଚାକର୍ବୁଏଃ ମିସର୍ ଦେସ୍ନେ, ହାଗାର ଅବ୍ରହାମ ନ୍ସା ଆଜାକେ ଜନମ୍ ବିବକେ, ଅବ୍ରହାମନେ ଆତେନ୍ ଉଂଡେ ଇଶ୍ମାୟେଲନେ ବଂସ ଏନ୍ । 13 ମ୍ନି ବାରି କୁଲ୍ ଅନୁସାରେ ଇଶ୍ମାୟେଲନେ ଉଂଣ୍ଡେଇଂନେ ମ୍ନି ଏନ୍ । ଇଶ୍ମାୟେଲନେ ମ୍ନା ଉଂଡେ ନବାୟୋତ୍, ଏନ୍ଇଡ଼ିଙ୍ଗ୍ କେଦାର, ଅବ୍ବେଲ ବାରି ମିବ୍ସମ୍, 14 ମିଶ୍ମ, ଦୂମା ବାରି ମସା, 15 ହଦଦ, ତେମା, ଯିଟୁର, ନାଫୀଶ୍ ବାରି କେଦମା । 16 ଏନ୍ ସାପାରେ ଇଶ୍ମାୟେଲନେ ଉଂଡେ, ମେଇଂନେ ମ୍ନି ଅନୁସାରେ ମେଇଂନେ ଇନି ବାରି କେମ୍ପ୍ ଲେଃଗେ । ଆତେନ୍ ଗମ୍ୱାର୍ ରୁଆ ଇଃସାଙ୍ଗ୍ ମେଁନେ ବଂସନେ ଗଡ଼େଇଂ ଲେଃଆର୍ଗେ । 17 ଇଶ୍ମାୟେଲନେ ବୟସ୍ ସଏ ସଇଁତିରିସ୍ ମୁଆଁ ମ୍ୱ୍ରକେ । ଏନ୍ ଇଡ଼ିଙ୍ଗ୍ ମେଁ ଗୁଏକେ । ଆମେକେ ମେଇଂନେ ରେମୁଆଁଇଂ ଏତେ ଆତି ବିଃଆର୍କେ । 18 ଏନ୍ଇଡ଼ିଙ୍ଗ୍ ମେଁନେ ବଂସକୁଲ୍ଇଂ ହବୀଲାବାନ୍ ମିସର୍ନେ ଶୂରନ୍ୟା ଅଶୂରନେ ଦିଗ୍ପାକା ବାସା ଆର୍କେ । ମେଇଂ ନିଜର୍ ନିଜର୍ ଡାଗ୍ରା ବାସା ଆର୍କେ ବାରି ଇଶ୍ମାୟେଲ ନିଜେନେ ବଂସକୁଲ୍ଇଂନେ ବୟାଁଇଂ ସାମ୍ନାନ୍ୟା ବାସାକେ ।
19 ଅବ୍ରହାମନେ ଉଂଡେ ଇସ୍ହାକ୍ନେ ବଂସକୁଲ୍ ଏନ୍ । 20 ଉଡ଼ିବେଲା ଇସ୍ହାକ୍ ରିବିକାକେ ବିବା ଡିଙ୍ଗ୍କେ, ଆତେନ୍ ବେଲା ଆମେକେ ଚାଲିସ୍ ମୁଆଁ ଡିଙ୍ଗ୍ଲେଃଗେ । ଜାଣ୍ଡେକି ବଥୂୟେଲନେ ସେଲା, ପଦ୍ଦନ ଅରାମୀୟ, ଡାଗ୍ଲା, ଅରାମୀୟ ଲାବନନେ ତନାଣ୍ଡେ ରିବିକାକେ ବିବା ଡିଂକେ । 21 ଇସ୍ହାକ୍ନେ ସେଲାମ୍ବୁଏଃ ବାଞ୍ଜି ଡିଙ୍ଗ୍ୱେଲା ମେଁ ଆତେନ୍ ନ୍ସା ମାପ୍ରୁନେ ଡାଗ୍ରା ପାର୍ତନା ଡିଙ୍ଗ୍କେ । ଏନ୍ଇଡ଼ିଙ୍ଗ୍ ମାପ୍ରୁ ମେଇଂନେ ପାର୍ତନା ଅଁଲା, ମେଁନେ ସେଲାମ୍ବୁଏଃ ରିବିକା ଗାଗ୍ଡ଼େକେ । 22 ଉଡ଼ିବେଲା ରିବିକା ଗାଗ୍ଡ଼େକେ, ନିଜର୍ ନିଜର୍ ବିତ୍ରେ ଗଡ଼େଇଂ ବୁଲିଗ୍ ଆର୍କେ । ରିବିକା ମାପ୍ରୁକେ ପାର୍ତନା ଡିଙ୍ଗ୍ଚେ ବାଲିର୍କେ, "ନେଙ୍ଗ୍ ଆଡ଼ାତ୍ରା ଦେକ୍ରକମ୍ ମେଁ ନ୍ସା ଡିଙ୍ଗ୍କେ ?"
23 ଆତ୍ବାନ୍ ମାପ୍ରୁ ଆମେକେ ବାସଙ୍ଗ୍କେ, "ନାଁ ସୁଲେଃନ୍ୟା ମ୍ୱାକ୍ଲିଗ୍ କୁଟୁମ୍ ଲେଃଆର୍କେ ବାରି ମ୍ୱାକ୍ଲିଗ୍ ବଂସକୁଲ୍ ନାଁ କୁଲ୍ବାନ୍ ବିନି ଡିଙ୍ଗ୍ଆର୍ଏ । ମୁଇଂ କୁଟୁମ୍ ବାର୍ମୁଇଂ କୁଟୁମ୍ବାନ୍ ସକ୍ତିସାଲି ଡିଙ୍ଗ୍ଏ । ବାରି ମ୍ନାନେ ଡାଆଁରେନେ ସେବା ଡିଙ୍ଗ୍ଏ ।"
24 ରିବିକାନେ ଣ୍ଡିଆକୁମାନେ ଦିନ୍ ପିଙ୍ଗ୍ଚାଲା, ମେଁନେ ସୁଲୁଏବାନ୍ ଜାଆଁଲା ଗଡ଼େଅ ଜନମ୍ ଡିଙ୍ଗ୍ଆର୍କେ । 25 ମେଁନେ ମ୍ନାଃ ଉଂ ମ୍ମ୍ୟାଁ ବାନା ସୁଗୁଆ ତ୍ନାଡିଂଗେ । ବାରି କ୍ଲିଗ୍ ଗାଗ୍ଡ଼େଅରିଆ ଉଗ୍ବଃ ଲେଃକ୍ନେ ପାଟାଇ ରକମ୍ ଲେଃଗେ । ଏନ୍ସା ମେଁନେ ମ୍ନି ଏଷୌ ବିଃଆର୍କେ । ଏଷୌନେ ଅର୍ତ ଉଗ୍ବ । 26 ଏନ୍ଇଡ଼ିଙ୍ଗ୍ ମେଁନେ ବୟାଁ ଏଷୌନେ ଞ୍ଚ ସାଚେ ଜନମ୍ ଡିଙ୍ଗ୍କେ । ଏନ୍ସା ମେଁନେ ମ୍ନି ଯାକୁବ ବିଃଆର୍କେ । ଯାକୁବ୍ନେ ଅର୍ତ ଞ୍ଚ । ଇସ୍ହାକ୍ନେ ସାଟିଏ ମୁଆଁ ବୟସ୍ରେ ଏନ୍ ଜାଆଁଲା ଗଡ଼େଇଂ ଜନମ୍ ଡିଙ୍ଗ୍ଆର୍କେ ।
27 ଗଡ଼େଇଂ ମ୍ନାକ୍ନେ ଇଡ଼ିଙ୍ଗ୍ ଏଷୌ ସିକାରି ଡିଂକେ ଆରି କଣ୍ଡାଅରିଆ ବାସାନେ ରେମୁଆଁ ଡିଂକେ । ବାରି ଯାକୁବ ମୁଇଂ ଦରମ୍ ରେମୁଆଁ ଡିଙ୍ଗ୍ଚେ କୁଡ଼ିଆନ୍ୟା ବାସାକେ । 28 ଇସ୍ହାକ୍ ସ୍ଲଃନେ ଚିଲି ଜାବର୍ ମ୍ବ୍ରେକ୍ନେ ଡାଗ୍ ଏତେଚେଃ ଏଷୌକେ ବଲ୍ ବାକେ । ମାତର୍ ରିବିକା ଯାକୁବକେ ଆଲାଦ୍ ଡିଂକେ ।
29 ମେଃସୁଆ ଯାକୁବ ଡାଲି ଡୁଏଡିଂଗେ, ଆତେନ୍ ବେଲା ଏଷୌ ଲାକାଚେ ଲିଜବାନ୍ ୱିଗ୍କେ; 30 ଆରି ମେଁ ଯାକୁବକେ ବାଲିର୍କେ, ନେଙ୍ଗ୍ ଜାବର୍ ଲାକାଃ ୱେନେଲେଃକେ, ଆନେଙ୍ଗ୍ ଦୟା ଡିଙ୍ଗ୍ଚେ ଆତେନ୍ ଡୁଏକ୍ନେ ଡାଲି ଚଙ୍ଗ୍ନ୍ସା ବିଲା । ଏନ୍ସା ମେଁନେ ମ୍ନି ଇଦୋମ ବିକେ ।
31 ଆତେନ୍ ବେଲା ଯାକୁବ ବାସଙ୍ଗ୍କେ, "ଜଦି ନାଁ ଆନେଙ୍ଗ୍ ନିଜର୍ନେ ସେନୁଗ୍ ଜନମ୍ ଡିଙ୍ଗ୍କ୍ନେ ନାଉଂନେ ଅଦିକାର୍ ଆନିଂ ନାସଏ, ତେଲା ନିଂ ମ୍ବିଃଏ ।"
32 ଏଷୌ ଉତର୍ ବିକେ, "କେଲା, ନେଙ୍ଗ୍ ଗୁଏକେ ରକମ୍, ମ୍ନା ଉଂଡେ ଡିଙ୍ଗ୍ଚେ ନିଂନେ ମେଃନି ଲାବ୍ ?"
33 ଯାକୁବ ବାଲିର୍କେ, ନାଁ ଏଃକେ ନେଙ୍ଗ୍ ଡାଗ୍ରା ପାର୍ମାନ୍ ଡିଙ୍ଗ୍ । ଆତ୍ବା ମେଁ ମେଁନେ ଡାଗ୍ରା ପାର୍ମାନ୍ ଡିଙ୍ଗ୍କେ । ଦେକ୍ରକମ୍ ମେଁ ନିଜର୍ ମ୍ନା ଉଂଣ୍ଡେନେ ଅଦିକାର୍ ଯାକୁବ୍କେ ସ ବିକେ । 34 ଏନ୍ଇଡ଼ିଙ୍ଗ୍ ଯାକୁବ ଏଷୌକେ ରୁଟି ବାରି ମୁସ୍ରି ଡାଲି ଡୁଏଚେ ଚଙ୍ଗ୍ନ୍ସା ବିକେ ବାରି ଆତେନ୍ ଜାଗା ଆନ୍ତାର୍ ବିକେ । ଏନ୍ଇଡ଼ିଙ୍ଗ୍ ଏଷୌ ନିଜର୍ ମ୍ନା ବୟାଁନେ ଅଦିକାର୍ ବିସଏରେ ଗୁର୍ନା ଡିଂକେ ।