1 ଅଃସେ ଅବ୍ରହାମନେ ବେଲା ମୁର୍ଡି ଡିଙ୍ଗ୍ଲେଃଗେ । ଆତେନ୍ ଦେସ୍ ବାରି ଦେତ୍ରକମ୍ ମୁଇଂ ମୁର୍ଡି ଡିଙ୍ଗ୍ଲା ଇସ୍ହାକ୍ ଗରାରନ୍ୟା ପଲେଷ୍ଟୀୟଇଂନେ ଇଃସାଙ୍ଗ୍ ଅବିମେଲକ ଡାଗ୍ରା ୱେକେ । 2 ଆତେନ୍ ବେଲା ମାପ୍ରୁ ଇସ୍ହାକ୍କେ ବାସଙ୍ଗ୍କେ, "ନାଁ ମିସର୍ ଦେସ୍ନ୍ୟା ଆୱେଗେ ନାମଃ । ନେ ଆନାକେ ଆଣ୍ଡିନେ ଦେସ୍ ମ୍ୱାସଙ୍ଗ୍ଏ, ଆତ୍ଡାଗ୍ରା ବାସା ଲାଃଲା । 3 ନାଁ ଏନ୍ ଦେସ୍ନ୍ୟା ବାସା ଲାଃଲା । ଆତ୍ବାନ୍ ନେଙ୍ଗ୍ ଆନାକେ ସାଇଜ ବାରି ଆସିର୍ବାଦ୍ ଣ୍ଡିଙ୍ଗ୍ଏ । ବାରି ନେଙ୍ଗ୍ ଆନାକେ ବାରି ନାଁନେ ବଂସକୁଲ୍କେ ଏନ୍ ସାପା ତୁବଃ ମ୍ୱିଏ । ନାଁ ଆବା ଅବ୍ରହାମନେ ଡାଗ୍ରା ପାର୍ମାନ୍ ଡିଙ୍ଗ୍ବକ୍ନେ ନିଅମ୍ ନେଙ୍ଗ୍ ପୁରନ୍ ଣ୍ଡ୍ରାଡିଙ୍ଗ୍ଏ । 4 ନେ ତ୍ରିଗ୍ଡ୍ୟାନେ ଚାଙ୍କୁଆଇଙ୍ଗ୍ ରକମ୍ ନାଁନେ ବଂସକୁଲ୍ ମ୍ନା ଆଡିଙ୍ଗ୍ଚେ ଆମେଇଂକେ ଏନ୍ ଦେସ୍ ମ୍ୱିଏ, ବାରି ନାଁନେ ବଂସକୁଲ୍ ବାନ୍ ମଚ୍ପୁର୍ନେ ସାପା ଜାତି ଆସିର୍ବାଦ୍ ବାଆର୍ଏ । 5 ନିଂ ଆନାକେ ଆସିର୍ବାଦ୍ ଣ୍ଡିଂଏ । ମେଃଡାଗ୍ଲା ଅବ୍ରହାମ ନେଁନେ ସାମୁଆଁ ମାନେଚେ ନେଁନେ ରକ୍ୟା ଡିଙ୍ଗ୍ନେ ସାମୁଆଁ, ନେଁନେ ଆଦେସ୍, ନିଅମ୍ ବାରି ସାସ୍ତର୍ନେ ସାମୁଆଁ ପାଲନ୍ ଡିଙ୍ଗ୍ବକେ ।"
6 ଆତ୍ବା ଇସ୍ହାକ୍ ଗରାରନ୍ୟା ବାସା ଲେଃଗେ । 7 ଆତ୍ବା ଆତେନ୍ ଜାଗାନେ ରେମୁଆଁଇଂ ମେଁନେ ସେଲାମ୍ବୁଏଃ ବିସଏରେ ସାଲିଆକୁଲା, ମେଁ ବାଲିର୍କେ, "ଆତେନ୍ ନେଙ୍ଗ୍ ତନା," ମେଁ ଏନ୍ ବାସଙ୍ଗ୍କେ, ଡାଗ୍ଲା ମେଁ ରିବିକା ନ୍ସା ବୁଟ ଡିଙ୍ଗ୍କେ । ଆତ୍ଡାଗ୍ରାନେ ରେମୁଆଁଇଂ ଆମେକେ ବାଗୁଏ ବିଏ ଡାଗ୍ଚେ, ଡାଗ୍ଲା ରିବିକା ଜାବର୍ ସୁନ୍ଦର୍ ଲେଃଗେ । 8 ବାରି ଆତେନ୍ ଜାଗାନ୍ୟା ଗୁଲୁଏ ମୁଆଁ ବାସାଲେଃଗ୍ନେ ଇଡ଼ିଙ୍ଗ୍ ମୁଇଂ ଦିନ୍ ପଲେଷ୍ଟୀୟ ଇଃସାଙ୍ଗ୍ ଅବିମେଲକ ଜର୍କା ପାକା ଇସ୍ହାକ୍କେ ବାରି ମେଁନେ ସେଲାମ୍ବୁଏଃ ରିବିକାକେ ଡୁଲେଗ୍ନେ କେକେ । 9 ତେସା ଅବିମେଲକ ଇସ୍ହାକ୍କେ ୱାଚେ ବାସଙ୍ଗ୍କେ, ଆତେନ୍ ସେଲାମ୍ବୁଏଃ ଡିଲାଡିଗ୍ ନାଁନେ ସେଲାମ୍ବୁଏଃ, ତେଲା ନାଁ ଆମେକେ ନେଙ୍ଗ୍ନେ ତନା ଡାଗ୍ଚେ ମେଁ ନ୍ସା ନାବାସଙ୍ଗ୍କେ ? ଆତେନ୍ ବେଲା ଇସ୍ହାକ୍ ବାଲିର୍କେ, ନେଙ୍ଗ୍ ମ୍ୱାବେକେ, ଇଙ୍ଗ୍ଚା ମେଁ ନ୍ସା ଆନେଙ୍ଗ୍ ବାଗୁଏ ବିଆର୍ଏ । 10 ଅବିମେଲକ ବାସଙ୍ଗ୍କେ, "ନାଁ ଆନେକେ କରାପ୍ ବେବଆର୍ ନାଡିଙ୍ଗ୍କେ । ଜଦି ମୁଡ଼ି ରେମୁଆଁ ନାଁ ସେଲାମ୍ବୁଏଃ ଏତେ କୁଡ଼େଃମାଡ଼େଃ ଡିଙ୍ଗ୍ ପାବି । ତେଲା ମେଁ ପାପ୍ନେ ପାପି ପାଡିଙ୍ଗ୍ ।" 11 ଅବିମେଲକ ସାପା ରେମୁଆଁକେ ତରକ୍ ଆଡିଙ୍ଗ୍ଚେ ବାସଙ୍ଗ୍କେ, ଜାଣ୍ଡେ ଆତେନ୍ ରେମୁଆଁକେ ବାରି ମେଁନେ ସେଲାମ୍ବୁଏଃକେ ପେଲିଗ୍ଏ, ତେଲା ଆମେକେ ଗୁଏଃନେ ଡଣ୍ଡ୍ ମ୍ୱିଏ ।
12 ଇସ୍ହାକ୍ ଆତେନ୍ ଦେସ୍ନ୍ୟା ଚାସ୍କାମ୍ ଡିଙ୍ଗ୍ଚେ ଆତେନ୍ ମୁଆଁ ସଏଗୁନ୍ ଲାବ୍ ଆଡିଙ୍ଗ୍କେ । ବାରି ମାପ୍ରୁ ଆମେକେ ଆସିର୍ବାଦ୍ ଡିଙ୍ଗ୍କେ । 13 ଇସ୍ହାକ୍ ଜାବର୍ ବାକେ । ବାରି ମେଁ ଜାବର୍ ଜାବର୍ ବାଚେ ଜାବର୍ ସାକାର୍ ଡିଙ୍ଗ୍କେ । 14 ମେଁନେ ମାନ୍ଦା ମାନ୍ଦା ଅରେଃ ଆରି ମେଣ୍ଡା ଡିଙ୍ଗ୍କେ । ଚାକର୍ ଚାକ୍ରାନି ଗୁଲୁଏ ଡିଙ୍ଗ୍ଆର୍କେ । ତେସା ପଲେଷ୍ଟୀୟ ରେମୁଆଁଇଂ ମେଁନେ ଆଡ଼ାତ୍ରା ଇଂସା ଡିଙ୍ଗ୍ଆର୍କେ । 15 ଇସ୍ହାକ୍ନେ ଆବା ଅବ୍ରହାମ ମ୍ବ୍ର ଲେଃକ୍ନେ ବେଲା ମେଁନେ ଚାକର୍ଇଂ ଆତେନ୍ ବେଲା ଆଣ୍ଡିନେ ସାପା କୁଇଁସାଲ୍ଇଂ ଗଃବଗେ, ପଲେଷ୍ଟୀୟ ରେମୁଆଁଇଂ ତୁବଃ ଏତେ ଆତେନ୍ ସାପା ଆତି ବିଃଆର୍କେ ।
16 ଅବିମେଲକ ଇସ୍ହାକ୍କେ ବାସଙ୍ଗ୍କେ, ନାଁ ନେ ବାନ୍ ଲାଗ୍ଡଲା, ମେଃଡାଗ୍ଲା ନାଁ ନେଇଂନେ ବାନ୍ ଜାବର୍ ବପୁ ଡିଙ୍ଗ୍ନାଲେକେ । 17 ଆତ୍ବା ଇସ୍ହାକ୍ ଆତେନ୍ ଜାଗା ଆତାର୍ଚେ ଗରାନେ ଆଡ଼ାପାକା ତମ୍ୱୁ ତିଆର୍ ଡିଙ୍ଗ୍ଚେ ଆତ୍ଅରିଆ ବାସାକେ । 18 ବାରି ନିଜର୍ ଆବା ଅବ୍ରହାମନେ ବେଲା ଗଃବକ୍ନେ ଆଣ୍ଡି ଆଣ୍ଡିନେ କୁଇଁସାଲ୍ ଲେଃଗେ, ଅବ୍ରହାମ ଗୁଏକ୍ନେ ଇଡ଼ିଙ୍ଗ୍ ପଲେଷ୍ଟୀୟଇଂ ଆତି ବଆର୍ଗେ । ଆତେନ୍ ସାପା ଇସ୍ହାକ୍ ବାର୍ମୁଇଂତର୍ ଗଃଚେ ନିଜର୍ ଆବା ବିଃବକ୍ନେ ମ୍ନି ବାର୍ମୁଇଂତର୍ ବକେ ।
19 ବାରି ଇସ୍ହାକ୍ନେ ଚାକର୍ଇଂ ଆତେନ୍ ଜାଗା ଗଃଚେ ପାଜ୍ରା ତାର୍ନେ କୁଇଁସାଲ୍ ବାଆର୍କେ । 20 ଆତ୍ବା ଗରାର ଦେସ୍ନେ ପସୁ ବିଚଙ୍ଗ୍ଣ୍ଡ୍ରେ ଇସ୍ହାକ୍ନେ ପସୁ ବିଚଙ୍ଗ୍ଣ୍ଡ୍ରେ ଏତେ ୱିଙ୍ଗ୍ଆଃଚେ ବାସଙ୍ଗ୍କେ, "ଏନ୍ ଣ୍ଡିଆ ନେନେ" ଏନ୍ସା ମେଇଂ ଆତେନ୍ କୁଇଁସାଲ୍ନେ ମ୍ନି ଏଷକ ବିଃଆର୍କେ । ମେଃନ୍ସା ମେଇଂନେ ଏତେ ମେଇଂ ୱିଙ୍ଗ୍ଆଃ ଆର୍କେ ।
21 ଏନ୍ ଇଡ଼ିଙ୍ଗ୍ ଇସ୍ହାକ୍ନେ ଚାକର୍ଇଂ ବାର୍ମୁଇଂ କୁଇଁସାଲ୍ ଗଃଲା, ଆତେନ୍ ରେମୁଆଁଇଂ ଆତେନ୍ସା ଡିଗ୍ ଇଂସା ଡିଙ୍ଗ୍ଆର୍କେ । ଆତ୍ବା ଇସ୍ହାକ୍ ଆତେନ୍ ମ୍ନି ସିଟ୍ନା ବକେ । ସିଟ୍ନାନେ ଅର୍ତ ବିରଦ୍ ବନେ । 22 ବାରି ମେଁ ଆତ୍ବା ୱେଚେ ବିନ୍ ମୁଇଂ କୁଇଁସାଲ୍ ଗଃକେ । ଆତେନ୍ସା ମେଇଂ ଇଂସା ଆଡିଙ୍ଗ୍ଆର୍କେ, ଆତେନ୍ ମ୍ନି ରହୋବୋତ୍ ବକେ । ରହୋବୋତ୍ନେ ଅର୍ତ ଅସାର୍ ଜାଗା । "ମାପ୍ରୁ ଆନେକେ ଲେଃନ୍ସା ସମାନ୍ ଜାଗା ବିବକେ । ନେ ଏନ୍ ଦେସ୍ନ୍ୟା ମ୍ନା ନେଡିଙ୍ଗ୍ପା ।"
23 ଆତେନ୍ ଜାଗା ବାନ୍ ମେଁ ବେରଶେବାନ୍ୟା ୱେକେ । 24 ଆତେନ୍ ମିଡିଗ୍ ମାପ୍ରୁ ମୁସୁଡ଼ିଙ୍ଗ୍ନ୍ୟା ଇସ୍ହାକ୍କେ ବାଲିର୍କେ, "ନେଙ୍ଗ୍ ନାଁ ଆବା ଅବ୍ରହାମନେ ପର୍ମେସର୍ । ଆବ୍ଟଗେ ନାମଃ, ନେଙ୍ଗ୍ ନାଁ ଏତେ ନ୍ଲେଃଗେ । ଆନାକେ ଆସିର୍ବାଦ୍ ଡିଙ୍ଗ୍ଚେ ନାଁନେ ବଂସକୁଲ୍ ମ୍ନା ଆଡିଙ୍ଗ୍ ମ୍ୱିଏ ।" 25 ତେସା ଇସ୍ହାକ୍ ଆତେନ୍ ଜାଗାନ୍ୟା ପୁଜା ବେଦି ତିଆର୍ ଡିଙ୍ଗ୍ଚେ ମାପ୍ରୁନେ ମ୍ନିରେ ପାର୍ତନା ଡିଙ୍ଗ୍କେ । ମେଁ ଆତେନ୍ ଜାଗାନ୍ୟା ତମ୍ୱୁ ତିଆର୍ ଡିଙ୍ଗ୍କେ । ମେଁନେ ଚାକର୍ଇଂ ଆତ୍ଡାଗ୍ରା ମୁଇଂ କୁଇଁସାଲ୍ ଗଃଆର୍କେ ।
26 ଏନ୍ ଇଡ଼ିଙ୍ଗ୍ ଅବିମେଲକ ଅହୁଷଦ୍ ମ୍ନିକ୍ନେ ନିଜର୍ ମିତ୍ରକେ ଆରି ଫୀଖୋଲ ମ୍ନିକ୍ନେ ସେନାପତିକେ ସଙ୍ଗେ ସାଚେ ଗରାରବାନ୍ ଇସ୍ହାକ୍ନେ ଡାଗ୍ରା ୱେକେ । 27 ଆତ୍ବା ଇସ୍ହାକ୍ ଆମେଇଂକେ ସାଲିଆକୁକେ, "ପେଇଂ ତ ଆନେଙ୍ଗ୍ ଗ୍ରୁନା ଡିଙ୍ଗ୍ପେଡିଙ୍ଗ୍, ବାରି ପେଇଂନେ ବିତ୍ରେବାନ୍ ଆନେଙ୍ଗ୍ ସ୍ଲ ଆଡିଙ୍ଗ୍ ପେବକେ, ଏବେ ନେଙ୍ଗ୍ ଡାଗ୍ରା ମେଃନ୍ସା ପାଙ୍ଗ୍ପେଲେଃଗେ ।"
28 ମେଇଂ ଉତର୍ ବିଃଆର୍କେ, "ଏବେ ନେ ନେମ୍ୟାକେ ମାପ୍ରୁ ନାଁ ଏତେ ଲେଃକେ । ନେ ନେବାବେକେ ନାଁ ଏତେ ମୁଇଂ ନିଅମ୍ ନେଡିଙ୍ଗ୍ଏ । ନେ ଚାଏଁ ନେଡିଙ୍ଗ୍କେ, ନାଁ ନେ ଡାଗ୍ରା ପାର୍ମାନ୍ ଡିଙ୍ଗ୍ । 29 ନେ ଆନାକେ କସ୍ଟ ନେବିକେ ଣ୍ଡୁ, ନାଁ ଏବେ ପାର୍ମାନ୍ ଡିଙ୍ଗ୍ ଆନେକେ କସ୍ଟ ନ୍ନାବିଃ ଣ୍ଡୁ । ଆନାକେ ସାନ୍ତିରେ ନେ ବେନେବିଃକେ । ଦେତ୍ରକମ୍ ନାଁ ଇଂସା ଆଡିଙ୍ଗେ । ନାଁ ତ ମାପ୍ରୁନେ ଆସିର୍ବାଦ୍ ବାନାଲେଃଗେ ।" 30 ତେସା ଇସ୍ହାକ୍ ଆମେଇଂକେ ମୁଇଂ ବଜି ବିକେ । ମେଇଂ ସାପାରେ ଚଙ୍ଗ୍ଉଗ୍ ଆର୍କେ । 31 ମେଇଂ ଦାପ୍ରେ ଞ୍ଜିର୍ନୁଗ୍ ତଡ଼୍ୟାଚେ ସାପାରେ ପାର୍ମାନ୍ ଡିଙ୍ଗ୍ଆର୍କେ । ବାରି ଇସ୍ହାକ୍ ଆମେଇଂକେ ବେବିଲା, ମେଇଂ ସାନ୍ତିରେ ମେଁବାନ୍ ୱିଗ୍ଆର୍କେ ।
32 ଆତେନ୍ ଦିନ୍ ଇସ୍ହାକ୍ନେ ଚାକର୍ଇଂ ପାଙ୍ଗ୍ଚେ ବାସଙ୍ଗ୍ଆର୍କେ ଜେ, ମେଇଂ ମୁଇଂ କୁଇଁସାଲ୍ ଗଃବଆର୍ଗେ । ଚାକର୍ଇଂ ବାଲିର୍ଆର୍କେ, "ନେ ଆତେନ୍ କୁଇଁସାଲ୍ବାନ୍ ଣ୍ଡିଆ ଆଃତାର୍ ନେବକେ ।" 33 ତେସା ଇସ୍ହାକ୍ ଆତେନ୍ କୁଇଁସାଲ୍ନେ ମ୍ନି ଶେବା ବିକେ । ବାରି ଏଃ ଜାକ ଆତେନ୍ ଜାଗାନେ ଇନିନେ ମ୍ନି ବେରଶେବା ମ୍ନିରେ ଜାନାସୁନା ଲେଃକେ ।
34 ଏନ୍ଇଡ଼ିଙ୍ଗ୍ ଏଷୌ ଚାଲିସ୍ ମୁଆଁ ବଏସ୍ରେ ହିତ୍ତୀୟ ବେରିନେ ଯିହୁଦୀତ୍ ମ୍ନିକ୍ନେ ସେଲାକେ ବାରି ହିତ୍ତୀୟ ଏଲୋନନେ ବାସମତ୍ ମ୍ନିକ୍ନେ ସେଲାକେ ବିବା ଡିଙ୍ଗ୍କେ । 35 ମାତର୍ ମେଇଂ ଇସ୍ହାକ୍ ବାରି ରିବିକାନେ ମନ୍ନ୍ୟା ଦୁକ୍ ଡିଙ୍ଗ୍କେ ।