12 ତୁବନ୍ୟା ଚାସ୍ କାମ୍ ଡିଙ୍ଗ୍ଲା ଡିଗ୍ ଆତେନ୍ ନିଜର୍ ବପୁ ବିଚେ ଆରି ନାଁନେ ସେବା ଆଡିଙ୍ଗ୍ ଣ୍ଡୁ । ନାଁ ମୁଇଂ ଜାଗାବାନ୍ ବିନେ ମୁଇଂ ଜାଗା ପାକା ଅଲେଙ୍ଗ୍ଣ୍ଡ୍ରେ ନାଡିଂଏ, ମଚ୍ପୁର୍ନ୍ୟା ନାଁନେ ଡୁଆ ଆଲେଃ ଣ୍ଡୁ ।
13 କୟିନ ମାପ୍ରୁକେ ବାସଙ୍ଗ୍କେ, "ନେଙ୍ଗ୍ନେ ଡଣ୍ଡ୍ ଜାବର୍ ସାମ୍ବାଲେ ନ୍ନାୟା ଣ୍ଡୁ । 14 ଏଃକେ ନାଁ ଆନେଙ୍ଗ୍ ଏନ୍ ତୁବବାନ୍ ନୁଆଁ ନାବିକେ, ଆତ୍ବା ନେଙ୍ଗ୍ ନାଁନେବାନ୍ ବୁଃଡ଼ି ମ୍ୱିଏ । ନେଙ୍ଗ୍ ମୁଇଂ ଡୁଡଣ୍ଡ୍ରେ ଆରି ମଚ୍ପୁର୍ନ୍ୟା ଅଲେଙ୍ଗ୍ଣ୍ଡ୍ରେ ଣ୍ଡିଙ୍ଗ୍ଏ । ଦେକ୍ରକମ୍ ଡିଙ୍ଗ୍ଏ ଜେ, ମେଃଡିଗ୍ ରେମୁଆଁ ଆନେଙ୍ଗ୍ ଅବାଲା ବାଗୁଏଃଏ ।"
15 ଆରି ମାପ୍ରୁ କୟିନକେ ବାସଙ୍ଗ୍କେ, ଜଦି ଜାଣ୍ଡେ କୟିନକେ ବାଗୁଏଃଏ, ମେଁ ଗୁ ଗୁନ୍ ଡଣ୍ଡ୍ ବାଏ । ବାରି ଜାଣ୍ଡେ ଆମେକେ କେଚେ ଡିରକମ୍ ଆବାଗୁଏଃଆର୍ ଣ୍ଡୁ, ଏନ୍ସା ମାପ୍ରୁ କୟିନ ନ୍ସା ମୁଇଂ ଚିନ୍ ଆଃରେକେ ।
16 ଆରି କୟିନ ମାପ୍ରୁନେ ସାମ୍ନାବାନ୍ ଡଚେ ଏଦନନେ ପୁର୍ବ ଦିଗ୍ ପାକା ନୋଦ ମ୍ନିକ୍ନେ ଦେସ୍ନ୍ୟା ବାସାକେ ।