ଇସ୍ହାକ୍ ଗେରାର୍ତାଗ୍ ବାସେ ମାଡ଼୍ତଣ୍ଡ୍
1 ମୁନେଙ୍କ୍ ଅବ୍ରାହାମ୍ତେ, ଇଞ୍ଜେତ୍ ସମୟ୍ତେ ବେଦ୍ପୁଟୁଙ୍କ୍ ଦୁର୍ବିକ୍ଷ ଆସ୍ମାତ୍ତେ, ଆ ଦେଶ୍ତାଗ୍ ମେଣ୍ଡନ୍ ଦାମ୍ ଆଦେପୁଟୁଙ୍କ୍ ଦୁର୍ବିକ୍ଷ ଆତ୍ତାଙ୍କ୍, ଇସ୍ହାକ୍ ଗରାରତାଗ୍ ପଲେଷ୍ଟିୟଡ଼୍ ରାଜାଲ୍ ଅବିମେଲକ୍ତେ ଗାରେ ଆତ୍ତଡ଼୍। 2 ଆସୁଟ୍ ସଦାପ୍ରବୁ ଅଂକିଙ୍କ୍ ଦର୍ଶନ ଇସ୍ କେତ୍ତଣ୍ଡ୍, ନିମେ ମିସର୍ ଦେଶ୍ତା ଆନ୍ମା, ମାମ୍ମେ ନିକିଙ୍କ୍ ବେନ୍ ଦେଶ୍ତିଙ୍କ୍ କେତିତମ୍, ଆଗେ ମାନ୍। 3 ନିମେ ଇ ଦେଶ୍ତାଗ୍ ମାନ୍, ଆସୁଟ୍ ମାମେ ନି ତଡ଼୍ ଆସ୍ ନିକିଙ୍କ୍ ଆଶିର୍ବାଦ୍ ମାଡ଼ିତମ୍, ମେଣ୍ଡେ ନିକିଙ୍କ୍ ନୁ ନି ପିଲୁଡ଼୍ତିଙ୍କ୍ ଇ ସାରେ ଦେଶ୍ ଇଦ୍ତମ୍ ନୁ ନି ବାବାଲ୍ ଅବ୍ରାହାମ୍ତେ ଗାରେ ନିଜେ ମାଡ଼୍ତେ ପ୍ରମାଣତେ ନିୟମ୍ ପୁରା ମାଡ଼ିକା। 4 ମାମେ ମାବ୍ତେ ଉକାକିନ୍ ଲେକାମ୍ ନିୟାଦ୍ ପିଲୁଡ଼୍ ନାର୍ଗେ ମାଡ଼ି ଅଡ଼୍କିଙ୍କ୍ ଇ ସାରେ ଦେଶ୍ ଇଦ୍ତାଡ଼୍ ନୁ ମିଆଦ୍ ପିଲୁଡ଼୍ ତଡ଼୍ ପୃଥିବୀତାଗ୍ ମାନ୍ଦାନ୍ ଜାତି ଆଶିର୍ବାଦ୍ ପାହେମ୍ ଆଦ୍ତଡ଼୍ । 5 ବାତେଙ୍କ୍ଇତ୍କେ ଅବ୍ରାହାମ୍ ମାୟାଦ୍ ବାକ୍ୟ ମାନେମ୍ଆସ୍ ମା ଆଦେଶ୍ ନୁ ନିୟମ ନୁ ବ୍ୟବସ୍ଥା ପାଳନ୍ ମାଡ଼ିମିନ୍ଦେଣ୍ଡ୍।
6 ଆସୁଟ୍ ଇସ୍ହାକ୍ ଗରାରତାଗ୍ ବାସ ମାଡ଼୍ତଣ୍ଡ୍। 7 ଆସୁଟ୍ ଆ ପଡ଼୍ୟେତ୍ ନାରୁଡ଼୍ ତାନ୍ ମୁତେନ୍ ବିଷୟ୍ତେ ପାଚାରାମାଡ଼୍ତାଙ୍କ୍, ଅଣ୍ଡ୍ କେତ୍ତଣ୍ଡ୍, ଆଦ୍ ନା ଏଲାଡ଼୍; ବାତେଙ୍କ୍ଇତ୍କେ ଆ ପଡ଼୍ୟେତ୍ ନାରୁଡ଼୍ ରିବିକାନ୍ ସେଙ୍ଗେ ନାକିଙ୍କ୍ ବା ଆୱ୍କିତଡ଼୍, ଇଲା ଆଲ୍ସି ଅଣ୍ଡ୍ ତାଂକିଙ୍କ୍ ନା ମୁତେ ଇଞ୍ଜ କେତାନଙ୍କ୍ ୱେର୍ତଣ୍ଡ୍; ବାତେଙ୍କ୍ଇତ୍କେ ରିବିକାଲ୍ ଗାଟି ସୁନ୍ଦର୍ ମାତ୍ତେ। 8 ମେଣ୍ଡେ ଆ ପଡ଼୍ୟ୍ତାଗ୍ ନାର୍ଗେ ହେଣ୍ଡ୍କ୍ ମାତ୍ତେ ପେର୍କେ ଅଣ୍ଡୟ୍ ସମୟ୍ତେ ପଲେଷ୍ଟିୟ ରାଜାଲ୍ ଅବିମେଲକ୍ ଜର୍କାତେ ପାକ୍ ଉଡ଼ି ଇସ୍ହାକ୍ତିଙ୍କ୍ ତାନ୍ ମୁତେ ରିବିକାନ୍ ତଡ଼୍ କାୱ୍ଦାନାଦ୍ ଉଡ଼୍ତଣ୍ଡ୍।