12 ବୂମ୍ତାଗ୍ ଚାଷ୍ ପାଡ଼ିୟ୍ ମାଡ଼୍କେ କେ ଆଦ୍ ନିଜର୍ ଶକ୍ତି ଇସ୍ ମେଣ୍ଡେ ମିୟାଦ୍ ସେବା ମାଡ଼; ନିମେ ପୃତିବିତାଗ୍ ମିରାନନ୍ ନୁ ଉଡାନନ୍ ଲେକାମ୍ ଆଦ୍ତିନ୍ ।
13 କୟିନ୍ ସଦାପ୍ରବୁଙ୍କ୍ କେତ୍ତଣ୍ଡ୍, ନାୟାଦ୍ ଦଣ୍ଡ ନାର୍ଗେ, ସହ୍ୟ ମାଡ଼୍ଡ଼େ ପାର୍ୱନ୍। 14 ଉଡ଼ାଟ୍, ନିମେ ନେଣ୍ଡ୍ ନାକିଙ୍କ୍ ଇ ପଡ଼୍ୟ୍ତାଗାଙ୍କ୍ ତଲିତ୍ତି, ଆଲାଇତ୍କେ ନି ମୁନେକଞ୍ଚ୍ ନାନ୍ ମିଞ୍ଜିତାନ୍; ଇଦ୍ ଲେକାମ୍ ପୃତିବିତାଗ୍ ମିରାନନ୍ ନୁ ଉଡାନନ୍ ଆତ୍କେ ଇଦ୍ ଲେକାମ୍ ଆଦ୍ତଣ୍ଡ୍ ଯେ, ବେନ୍ଆଇ ନାରୁଣ୍ଡ୍ ନାକିଙ୍କ୍ ଦର୍ସ୍କେ ଆୱ୍କିତଣ୍ଡ୍ ।
15 ମେଣ୍ଡେ ସଦାପ୍ରବୁ ଅଂକିଙ୍କ୍ କେତ୍ତଣ୍ଡ୍, ଇତ୍କେ ବେନ କୟିନ୍ତିଙ୍କ୍ ଆୱ୍କେ, ଅଂକିଙ୍କ୍ ସାତ୍ଗୁଣ ଦଣ୍ଡ ଆଦ୍ତେ । ମେଣ୍ଡେ ବେନ ଅଂକିଙ୍କ୍ ଉଡ଼ି ବା ଆୱ୍କଣ୍ଡ୍, ଆଦିନ୍ ମାଇଦିଙ୍କ୍ ସଦାପ୍ରବୁ କୟିନ୍ତେ ମାଇଦିଙ୍କ୍ ଅଣ୍ଡୟ୍ ଚିହ୍ନେ ତିଆର୍ ମାଡ଼୍ତଣ୍ଡ୍। 16 କୟିନ୍ ସଦାପ୍ରବୁନ୍ ମୁନେକଞ୍ଚ୍ ପେୟ୍ସ୍ ଏଦନ୍ତେ ପୂର୍ବଦିଗେତ୍ ପାକେ ନୋଦ ପେଦେର୍ତେ ଦେଶ୍ତାଗ୍ ଆଞ୍ଜ୍ ଆଗେ ମାତ୍ତଣ୍ଡ୍।