ପର୍ତୁମ୍ ନିସ୍ତାର୍ ପରବ୍
21 ମସା ଇସ୍ରାଏଲ୍ ଦେସର୍ ସବୁ ନେତାମନ୍କେ ଡାକି କଇଲା, ନିସ୍ତାର୍ ପରବ୍କେ ନିଜର୍ ନିଜର୍ କୁଟୁମ୍ ଇସାବେ ଗଟେକ୍ ଗଟେକ୍ ମେଣ୍ଡା ନେଇ ବଲି ଦିଆସ୍ । 22 ଆରି ଗଟେକ୍ କୁଡ୍କା ତେଇ ମେଣ୍ଡାର୍ ବନି ଜରାଇ ଦୁଆରର୍ ଦୁଇ ବନ୍ଦେ ଲାଗାଆ, ଆରି ସଞ୍ଜେ ଅନି ସାକାଲ୍ ପାଇବା ଜାକ କେ ବାରୁଆ ନାଇ । 23 କାଇକେବଇଲେ ସବୁବେଲର୍ ମାପ୍ରୁ ମିସର୍ ଦେସର୍ ଲକ୍କେ ମାରବାକେ ସେ ବାଟ୍ ଦେଇ ଜାଇସି, ଜାର୍ ଦୁଆର୍ ବନ୍ଦେ ବନି ଲାଗି ରଇସି, ମାର୍ବାଲକ୍ ଗରେ ଚାଡି ଆରିଗଟେକ୍ ଗରେ ଜାଇସି, ତମର୍ ଗରେ ପୁରି କରି କାଇ ବିପଦ୍ ନ ଗଟାଏ ।