26 ଜଦି ତମର୍ ପିଲାଟକିମନ୍ ପାଚାର୍ବାଇ, ଏ କାମ୍ କାଇକେ କଲୁନି? 27 ଏଟା ତମେ ତମର୍ ପିଲାମନ୍କେ କଇସା, ସବୁବେଲର୍ ମାପ୍ରୁର୍ ନାଉଁରେ ନିସ୍ତାର୍ ପରବ୍ ପୁଜା କର୍ସା; କାଇକେବଇଲେ ମିସର୍ର ଲକ୍ମନ୍କେ ମାର୍ବା ବେଲେ ମିସର୍ ଦେସେ ବାସା ଅଇଲା ଇସ୍ରାଇଲର୍ ଲକର୍ ଗର୍କେ ଚାଡି ଜିନ୍ତେ ଜାଇ ଆମର୍ ଗର୍କେ ଉଦାର୍ କର୍ତେ ରଇଲା । ସେଡ୍କିବେଲେ ଲକ୍ମନ୍ ମୁଣ୍ଡ୍ ଆଉଜାଇ କରି ଜୁଆର୍ କଲାଇ ।