5 ତମେ ଜନ୍ ମେଣ୍ଡା କି ଚେଲି ମାର୍ବାକେ ନେଇସା ସେଟା କାଇଟା ଅଲପ୍ ମିସା ଚିନା ନ ରଅ, ଆରି ଗଟେ ବରସର୍ ଗାଡ୍ରା ମେଣ୍ଡା ଅଇରଇସି । 6 ଆରି ମାସର୍ ଚଉଦ ଦିନଜାକ ତାକେ ବାନ୍ଦି ରଇସା, ଇସ୍ରାଏଲ୍ ଜାତିର୍ ସର୍ତେ ଲକ୍ ସଞ୍ଜ୍ବେଲେ ସେ ମେଣ୍ଡା ମାର୍ସା । 7 ଆରି ଲକ୍ମନ୍ ମେଣ୍ଡାର୍ ବନି ନେଇ ଜନ୍ ଜନ୍ ଗରେ ମିସା ମେଣ୍ଡା କାଇସା, ସେ ଗରର୍ ଦୁଆର୍ ବନ୍ଦ୍ତେଇ ଲାଗାଇସା ।
Publicidade
Publicidade