17 ତାର୍ପଚେ ମସାର୍ ସାତ୍ରା କଇଲା, ତର୍ ଏ କାମ୍ କଲୁସ୍ନି ଏଟା ବଲ୍ ନାଇ । 18 ତୁଇ ଆରି ତର୍ ସର୍ତେ ଲକ୍ ତାକି ଜାଇସା, କାଇକେବଇଲେ ତୁଇ କର୍ବା କାମ୍ ବେସି କସ୍ଟ, ଏଟା ତୁଇ ଗଟେକ୍ ଲକ୍ ପୁରା ପୁରୁନ୍ କରି ନାପାରୁସ୍ । 19 ସେଟାର୍ପାଇଁ, ମୁଇ କଇବା କାତା ଦାର୍, ମୁଇ ତକେ ଆଦେସ୍ ଦେଲିନି ସବୁବେଲର୍ ମାପ୍ରୁ ତର୍ ସଙ୍ଗ୍ ରଅ, ସେମନର୍ ଲଗେ ଲକ୍ ମନର୍ ସଙ୍ଗ୍ ରଇ ତାକର୍ କାତା ପର୍ମେସର୍କେ ଜାନାଅ । 20 ତୁଇ ସେ ମନ୍କେ ସିକିଆ ଦେସ୍ ତାକର୍ ବିଦି ଆରି ନିଅମ୍ ଇସାବେ, ସେମନ୍ କେନ୍ତି ନିମାନ୍ ବାଟେ ଚାଲାବୁଲା ଅଇବାଇ ଆରି କେନ୍ତି କାମ୍ ଦାମ୍ କର୍ବାଇ । 21 ଆରି ତୁଇ ଏ ଲକ୍ମନର୍ ବିତ୍ରେ ଅନି, ଏନ୍ତାର୍ ଲକ୍କେ ବାଚ୍ ଜେ କି କାମ୍କରି ପାର୍ସି, ଆରି ପର୍ମେସର୍କେ ଡର୍ବାଇ, ଆରି ମିଚ୍ମାୟା କାତାକେ ଗିନ୍ କର୍ବା ଲକ୍, ସେମନର୍ ଉପ୍ରେ ଅଜାର୍ ଅଜାର୍, ସଅ ସଅ, ପଚାସ୍ ପଚାସ୍ ଆରି ଦସ୍ଦସ୍ କରି ବାଚ୍ । 22 ସେମନ୍ ସବୁବେଲେ ଲକ୍ମନର୍ ଉପ୍ରେ ସାସନ୍ କରତ୍, ଆରି ଜଦି କାଇଟା ବଡ୍ ବିସଇ ଅଇରଇଲେ ତର୍ ଲଗେ ଆନ୍ବାଇ, ଆରି ସାନ୍ କାମ୍ ଅଇଲେ ସେମନ୍ ନିଜେ ବିଚାର୍ କର୍ବାଇ, ଏନ୍ତାର୍ କଲେ ତର୍ କାମ୍ ତକେ ଉସାସ୍ ଲାଗ୍ସି, ଆରି ସେମନ୍ ତରଲ୍ଗେ ମିସି କର୍ବାଇ । 23 ଜଦି ତୁଇ ଏନ୍ତାରି ମନ୍କଲେ ପର୍ମେସର୍ ସେନ୍ତାର୍ କର୍ବାକେ ଆଦେସ୍ ଦେଇସି, ତେବେ ତୁଇ କାମ୍ କରି ପାରୁସ୍, ଆରି ଏ ଲକ୍ମନ୍ ସାର୍ଦା ସଙ୍ଗ୍ ତାକର୍ ଜାଗା ଲଗେ ଜିବାଇ ।
Publicidade
ଜାତ୍ରା ବଇ 18
Estes versículos te tocaram? Ore agora!
+581 estão orando agora.
Junte-se à corrente de oração.