10 ଆରି ,ସେମନ୍ ଆତେକ୍ ଅଦ୍ ଲମା ଆରି ଆତେକ୍ ଅଦ୍ ଅସାର୍ ଆରି ଆତେକ୍ ଅଦ୍ ଉଚା ଆକାସିଆ ପାଟା ସଙ୍ଗେ ଗଟେକ୍ ସିନ୍ଦୁକ୍ ପେଟିଆ ତିଆର୍ କର୍ବାଇ ।
11 ତାର୍ପଚେ ତମେ ସୁକଲ୍ ସୁନା ସଙ୍ଗେ ସେଟା ଚାପାଇସା; ତାର୍ ବିତର୍ ବାଟେ ଆରି ବାଇଲେ ମିସା ଚାପାଇସା, ଆରି, ତାର୍ ଚାରିବେଟ୍ତି ସୁନାର୍ ଅଣ୍ଟି ତିଆର୍ କର୍ସା । 12 ତାର୍ପଚେ ବିତ୍ରେ ଆରି ବାଇରେ ନିକ ସୁନା ସଙ୍ଗ୍ ଡସାଇସା ଆରି ପେଡିର୍ ଚାରିବେଟ୍ତି ସୁନା ସଙ୍ଗେ ଅଟି ବାନ୍ଦ୍ସା, ତାର୍ପଚେ ଗଟେକ୍ ବାଟେ ଦୁଇଟା କଡା ଆରି ଗଟେବାଟେ ଦୁଇଟା କଡା ରଇସି । 13 ଆକାସିଆ ଗଚ୍କେ ଦୁଇଟା କାଣା ତିଆର୍ କରି ସୁନାର୍ ପାତିଆ ଦେଇସା । 14 ପେଡି ବଇବାକେ ପେଡିର୍ ଦୁଇପାଲିର୍ କଡୁ ତେଇ କନା ଚିଙ୍ଗ୍ଲାଇସା । 15 ସେ କନା ପେଡିର୍ କଡୁ ତେଇସେ ଲାଗି ରଇସି, ବେଟ୍ବାର୍ ନାଇ । 16 ଆରି ଆମେ ଜନ୍ ଲେକ୍ଲା ସାକି ପଟା ଦେବୁ ସେଟା ସେ ସାକି ପେଡି ବିତ୍ରେ ସଙ୍ଗ୍ଇସା ।
17 ତାର୍ପଚେ ତମେ ତେଇ ଡାବ୍ବାକେ ସୁକଲ୍ ସୁନାର୍ ପାପ୍ ଡାବ୍ନା ତିଆର୍ କର୍ସା; ଦୁଇ ଆତ୍ ଲମ ଆରି ଗଟେ ଆତ୍ ଅସାର୍ । 18 ସୁନାର୍ ଦୁଇଟା ଦୁତ୍ ତିଆର୍ କରା, ସେଟାକେ ମୁଟ୍ଲା ଲଗେ ମାରି ମାରି ବନାଇ, ପାପ୍ ଡାବ୍ନାର୍ ଦୁଇ ମୁଣ୍ଡେ ଲାଗାଇସା 19 ଗଟେକ୍ ଦୁତ୍ ଗଟେକ୍ ମୁଣ୍ଡେ ଆରି ସେ ମୁଣ୍ଡେ ଆରି ଗଟେକ୍ କିରୁବ୍ ଲାଗାଇସା ; 20 ଆରି ଦୁତ୍ ଦୁଇଟା ମିଆମୁଇ ଅଇ ଡେନା ଉପ୍ରେ କରି ପାପ୍ ଡାବ୍ନାକେ ଡାବି ରଇସି, ଆରି କିରୁବ୍ମନର୍ ମୁ ପାପ୍ ଡାବ୍ନା ବାଟେ ରଇସି । 21 ତମେ ଜନ୍ କିରୁବ୍ ଲାଗ୍ଲା ଡାବ୍ନା ଉଗାଡି ସାକି ପେଡି ଉପ୍ରେ ସଙ୍ଗଇସା ତେଇ ମୁଇ ଲେକ୍ଲା ପୁସ୍ତକ୍ ଦେବି ବିତ୍ରେ ସଙ୍ଗଇସା ।