ପୁନି ଉବ୍ଜାଣ୍
17 ଇନେକିଦେଂକି ହୁଡ଼ାଟ୍, ଆସେଙ୍ଗ୍ ପୁନି ଆକାସିଂ ଆରି ପୁନି ପୁର୍ତି ଉବ୍ଜାଣ୍ କିନାସ୍ ଆରି ଆଗେକାଡ଼୍ନି ବିସ୍ରେସବୁ ଏତୁ କିୟା ଆଉତ୍, କି ମାନ୍ତ ଏତୁ ୱାଉତ୍ । 18 ମତର୍ ଇନାକା ଆସେଙ୍ଗ୍ ହୁଡ଼୍ନାସ୍, ଏପେଙ୍ଗ୍ ଜାଇଜୁଗ୍ ହେବେ ୱାରିକିଜ଼ି ୱାରିକିୟାଟ୍; ଇନେକିଦେଂକି ହୁଡ଼ାଟ୍, ଆସେଙ୍ଗ୍ ଜିରୁସାଲମ୍ତ ସୁକ୍ ଇସାବ୍ରେ ଆରି ହେବେନି ମାନାୟାରିଂ ୱାରିନି ଲକୁ କିନାସ୍ । 19 ଆରେ, ଆପ୍ ଜିରୁସାଲମ୍ତ ସୁକ୍ ଆନାସ୍ ଆରି ମାନାୟାର୍ତାକେ ୱାରି କିନାସ୍; ଆରେ, ହେ ବିତ୍ରେ ଗାଲ୍ଗାଲ୍ଇନି ସବଦ୍, କି ଆଡ଼୍ବିନି ସବଦ୍ ଆରେ ୱେନ୍ୟା ଆଉତ୍ ।