21 ତାର୍ହଃଚେ ମସା ସଃମ୍ନ୍ଦ୍ ଉହ୍ରେ ତାର୍ ଆତ୍ ଟେକ୍ଲାକେ, ମାପୁର୍ ସେ ରାତି ସଃରା ଅଃପର୍ବଳ୍ ହୁର୍ବ୍ ବାଟାର୍ ହଃବନ୍ ହଃଟାୟ୍ ସଃମ୍ନ୍ଦ୍କେ ହଃଚ୍ହାକ୍ ହେଲାୟ୍କଃରି ସୁକାୟ୍ଲା, ଆର୍ ହାଣି ଦୁୟ୍ ବାଗ୍ ଅୟ୍ଲି। 22 ତଃବେ ଇସ୍ରାଏଲାର୍ ଲଃକ୍ମଃନ୍ ସୁକ୍ଲା ବାଟାୟ୍ ଇଣ୍ଡ୍ଲା ହର୍ ସେମଃନ୍ ସଃମ୍ନ୍ଦ୍ ମଃଜିକେ ଇଣ୍ଡ୍ଲାୟ୍, ଆରେକ୍ ସେମଃନାର୍ କାତା ବାଟ୍ୟା ଆର୍ ଡେବ୍ରି ବାଟ୍ୟା ହୁଣି କଃତି ହର୍ ଅୟ୍ଲି।