6 ମାତର୍ ଅବ୍ରାମ ସାରୀକେ ବାସଙ୍ଗ୍କେ, "ହାଗାର ନାଁନେ ଦାସି । ନାଁ ମେଁନେ ଆଡ଼ାତ୍ରା ମେଃନେ ଚାଏଁ ନାଡିଙ୍ଗ୍କେ, ଆତେନ୍ ଡିଙ୍ଗ୍ ନାୟାଏ ।" ତେସା ସାରି ମେଁନେ ଆଡ଼ାତ୍ରା ଜାବର୍ କସ୍ଟ ବିଲା, ହାଗାର ଆମେକେ ଆନ୍ତାର୍ଚେ ଲାଗ୍ଡକେ ।
7 ମାପ୍ରୁନେ ଦୁତ୍ ଆମେକେ ମୁଇଂ ଜର୍ନାଡ଼ିଆଃ ଡାଗ୍ରା କେକେ । ଆତେନ୍ ଜର୍ନାଡ଼ିଆଃ ଶୂର ପାକା ୱେଡିଙ୍ଗ୍କ୍ନେ ଗାଲିଅରିଆ ଲେଃଗେ । 8 ମାପ୍ରୁନେ ଦୁତ୍ ବାସଙ୍ଗ୍କେ, "ହାଗାର, ସାରୀନେ ଦାସି, ନାଁ ଆଣ୍ଡିବାନ୍ ନାପାଙ୍ଗ୍କେ ବାରି ନାଁ ଆଣ୍ଡିପାକା ୱେ ନାଡିଙ୍ଗ୍କେ ?" ହାଗାର ବାସଙ୍ଗ୍କେ, "ନେଙ୍ଗ୍ ନେଙ୍ଗ୍ନେ ସାକାର୍ବୁଏଃ ସାରି ଡାଗ୍ରାବାନ୍ ଲାଗ୍ଡ ଣ୍ଡିଂକେ ।"