5 ତାର୍ପଚେ ପାର ରାଜାର୍ ଟକିମନ୍ ଗାଡେ ପାନି ଦଇବାକେ ଜାଇ ରଇଲାଇ, ଜୁଡି ଚାଟ୍ନା ବଙ୍ଗ୍ଲି ଆଇବାଟା ଦେକ୍ଲା ଆରି ଦାଙ୍ଗଡି ମନ୍କେ ବେଟି ଆନ୍ବାକେ କଇଲା । 6 ରାଜ୍ କୁମାରି ଜୁଡି ଚାଟ୍ନା ଉଗାଡି କରି ଦେକ୍ଲାଜେ, ବିତରେ ଗଟେକ୍ ପିଲା କାନ୍ଦ୍ଲାନି; ରାଜ୍କୁମାରି ମନଦୁକ୍ ଅଇକରି କଇଲା, ଏଟାତା ଗଟେକ୍ ଏବ୍ରିଅ ପିଲା । 7 ସେଡ୍କିବେଲେ ପିଲାର୍ ଆୟାର୍ ସାନ୍ ବଇନି ପାଲାଇ ଆସି ପାରର୍ ଟକିକେ କଇଲା, ମୁଇ ଗଟେକ୍ ଏବ୍ରିଅ ମାଇଜିକେ ଡାକି ଆନ୍ବି କି? ପିଲାକେ ଦୁଦ୍ କୁଆଇ କରି ବଡ୍କର୍ସି? 8 ତାର୍ପଚେ ପାର ରାଜାର୍ ଟକି କଇଲା, "ଜା" ଡାକି ଆନ୍; ତାର୍ପଚେ ଟକି ପାଲାଇ ଜାଇ ପିଲାର୍ ଆୟାକେ ଡାକି ଆନ୍ଲା । 9 ତାର୍ପଚେ ପାର ରାଜାର୍ ଟକି ତାକେ କଇଲା, ତୁଇ ଏ ପିଲାକେ ନେଇକରି ମର୍ ପାଇ ଦୁଦ୍ କୁଆ; ମୁଇ ତମ୍କେ ଡାବୁଦେବି, ତାର୍ପଚେ ସେ ପିଲାକେ ନେଇକରି ସେ ପିଲାକେ ଦୁଦ୍ କୁଆଇଲା।