ଆଟ୍ ତରାର୍ ଡଃଣ୍ଡ୍ ଜିଟ୍କା
1 ତାର୍ହଃଚେ ମାପୁର୍ ମସାକେ କୟ୍ଲା " ତୁୟ୍ ପାରର୍ ଚଃମେ ଜାଆ; ବଃଲେକ୍ ମୁୟ୍ ଜଃନ୍କଃରି ଲକ୍ମଃନାର୍ ବିତ୍ରେ ଇ ସଃବୁ ଚିନା ଦଃକାୟ୍ନ୍ଦ୍। 2 ଆରେକ୍ ମୁୟ୍ ମିସରାର୍ ଲକ୍ ମଃନାର୍ ଜିବନେ ଜାୟ୍ ଜାୟ୍ରି କଃରିଆଚି ଆର୍ ସେମଃନାର୍ ବିତ୍ରେ ମର୍ ଚିନା ହର୍ ଜୁୟି ଜୁୟି କାମ୍ କଃରି ଆଚି, ସେସଃବୁ କଃତା ତୁମିମଃନ୍ ଜଃନ୍କଃରି ନିଜାର୍ ହିଲା ଆର୍ ନାତିହୁତିମଃନ୍କେ କଃଉଁକେ ହାରାସ୍, ଆରେକ୍ ମୁଁୟ୍ ଜେ, ମାପୁର୍ ଇସ୍ୱର୍ ଇରି ଜାଣୁକେ ହାରାସ୍।"