11 ଆରେକ୍ ମାପୁର୍ ମସାକେ କୟ୍ଲା, 12 "ମୁୟ୍ ଇସ୍ରାଏଲ୍-ଲକ୍ମଃନାର୍ ଲିନ୍ଦା ସୁଣିଆଚି; ତୁୟ୍ ସେମଃନ୍କେ କଃଉ, ତୁମିମଃନ୍ ସଃଞ୍ଜ୍ ବଃଳ୍ ମାସ୍ କାହାସ୍ ଆର୍ ସଃକାଳ୍ ବଃଳ୍ ହେଟ୍ ହୁର୍ନେ କାଦି କାହାସ୍; ତଃବେ ତୁମିମଃନ୍ ଜାଣୁ ହାରାସ୍ ଜେ, ମୁୟ୍ ଅଃଉଁଲେ ମାପୁର୍ ତୁମାର୍ ଇସ୍ୱର୍।" 13 ଇତାର୍ ହଃଚେ ସଃଞ୍ଜ୍ ବଃଳ୍ ବଃଣ୍ତି ଚେଳେ ଆସି ଚାଉଣି ଜଃଗାୟ୍ ଡାହିଅୟ୍ଲାୟ୍, ଆରେକ୍ ସଃକାଳିଆ ଚାଉଁଣିର୍ ଚାରି ହାକ୍ ସିତ୍ ରଃକାୟ୍ଲି। 14 ତାର୍ହଃଚେ ଅଦୁର୍ଲା କାକର୍ ଉହ୍ରେ ଉଡ୍ଲାକ୍ ବୁୟେଁ ରିଲା କାକର୍ ହର୍ ଗୁଳା ଗୁଳାରି ସାନ୍ ଜିନିସ୍ ମରୁବୁଇଁ ଉହ୍ରେ ଗଃସ୍ରି ରିଲି। 15 ଆର୍ ଇସ୍ରାଏଲ୍-ଲକ୍ମଃନ୍ ସେରି ଦଃକି କଃଉଆ କଃୟ୍ ଅୟ୍ଲାୟ୍ ଇରି କାୟିରି? ମାନ୍-ହୁ? ବଃଲେକ୍ ସେରି କାୟିରି ରିଲି, ସେମଃନ୍ ଜାଣୁ ନଃହାର୍ଲାୟ୍। ତଃବେ ମସା କୟ୍ଲା, "ଇରି ତୁମାର୍ କାତା ହାଁୟ୍ ମାପୁର୍ ଦିଲା ଅଃର୍ନ୍।"