2 ସଃଡେବଃଳ୍ ସଃବୁ ଇସ୍ରାଏଲ୍ ଦଃଳ୍ ମସା ଆର୍ ହାରଣାର୍ ବିରୁଦେ ମରୁବଃଟାୟ୍ ଲିନ୍ଦା କଃଲାୟ୍। 3 ଆରେକ୍ ଇସ୍ରାଏଲ୍ ଲଃକ୍ମଃନ୍ ସେମଃନ୍କେ କୟ୍ଲାୟ୍, "ଚିଚି, ଅଃମିମଃନ୍ ଜଃଡେବଃଳ୍ ମାସ୍ ଆଣ୍ତି ଲଃଗେ ବଃସି ହେଟ୍ ହୁର୍ନେ କାଦି କାତିରିଲୁ, ସଃଡେବଃଳ୍ ଜଦି ଅଃମିମଃନ୍ ମିସର୍ ଦେସେ ମାପୁରାର୍ ଆତେ ମଃଲୁହୁଣି ତଃବେ ଇରି ବେସି ନିକ ଅୟ୍ଲିହୁଣି। ତୁମିମଃନ୍ ଇ ସଃବୁ ମଃଣ୍ତଳିକେ ବୁକେ ମଃରାଉଁକେ ଅଃମିମଃନ୍କେ ମିସର୍ ଦେସେ ହୁଣି ବାର୍କଃରି ଇ ମଃରୁବଃଟାୟ୍ ଆଣିଆଚାସ୍।"