2 ସେ ମାୟ୍ଜି ଆଙ୍ଗେ ଅୟି ଗଟେକ୍ ଅଃଣ୍ଡ୍ରାହିଲାକେ ଜଃର୍ନ୍ କଃଲି, ତାର୍ ଆୟ୍ସି ଦଃକ୍ଲି ତାର୍ ସେ ହୟିସି ବେସି ସୁନ୍ଦୁର୍ ଅୟିଆଚେ। ସେତାକ୍ ସେ ତାକ୍ ତିନି ମାସ୍ ହଃତେକ୍ ଲୁକାୟ୍କଃରି ରଃକ୍ଲି। 3 ତାର୍ ହଃଚେ ଆରେକ୍ ଲୁକାଉଁକେ ନଃହାର୍ଲି, ସେ ଗଟେକ୍ ବାସ୍ହେଳି ତିଆର୍କଃରି ମାଟିଆ ଚିକଣ୍ ଆର୍ ଲାକ୍ ଲିହିକଃରି ସେ ହେଳି ବିତ୍ରେ ସେ ହିଲାକେ ହୁରାୟ୍ ନିଳ୍ ଗାଡେ ହାଣିଗାଟେ ସଃର୍ଣ୍ତି ବୁଟା ବିତ୍ରେ ସଃଙ୍ଗାୟ୍ଲି।