10 ଆର୍ ସେମଃନ୍ ଦୁଇଆତ୍ ଆଦା ଲଃମା, ଆର୍ ଡେଡ୍ ଆତ୍ ଅଃସାର୍ ଆର୍ ଆତେକ୍ ଉଚ୍ ସିଟିମ୍ କାଟେ ଗଟେକ୍ ହେଳି ତିଆର୍ କଃରତ୍। 11 ତଃବେ ତୁମି ନିର୍ମୁଳ୍ ସନାୟ୍ ସେରି ଡାଳାଉଆସ୍; ତାର୍ ବିତୁର୍ ଆର୍ ହଃଦା ବାଟ୍ ହେଁ ଡାଳାଉଆସ୍ ଆରେକ୍ ତାର୍ ଉହ୍ରେ ଚାରିବେଳ୍ତ୍ ସନାର୍ କଃତି କଃରାସ୍। 12 ଆରେକ୍ ତାର୍ ହାଁୟ୍ ସନାର୍ ଚାରିଗଟ୍ ବଃଳା ହାଜି ତାର୍ ଚାରି କନେ ଲାଗାଉଆସ୍; ଜୁଳେକେ ଗଟ୍ବାଟ୍ ଆରେକ୍ ଜୁଳେକେ ଆର୍ ଗଟ୍ବାଟ୍ ଲାଗାଉଆସ୍। 13 ଆର୍ ତୁମି ସିଟିମ୍ କାଟେ ଜୁଳେକ୍ ଟେଙ୍ଗା ହାଜି ସନା ସଃଙ୍ଗ୍ ଡାଳାଉଆସ୍। 14 ଆରେକ୍ ନିୟମ୍ ହେଳି ବଃଉଁକେ ହେଳିର୍ ଦୁୟ୍ ବାଟାର୍ ମଃଣ୍ଡଳାୟ୍ ସେ ଟେଙ୍ଗା ହୁରାଉଆସ୍। 15 ସେ ଟେଙ୍ଗା ହେଳିର୍ ମଃଣ୍ଡଳାୟ୍ ରଃୟ୍ଦ୍, ସେ ସେତିହୁଣି କଃବେ ହେଁ ବାର୍ କଃରାୟ୍ ଅୟି ନଃକେରେ। 16 ଆରେକ୍ ମୁଁୟ୍ ତକ୍ ଜୁୟି ବିଦି ଲେକା ରିଲା ଜଃଳେକ୍ ଟେଲା ହାଟା ଦଃୟ୍ନ୍ଦ୍, ସେରି ସେ ହେଳି ବିତ୍ରେ ସଃଙ୍ଗାଉସି। 17 ତାର୍ ହଃଚେ ତୁମି ସୁଦ୍ ସନାୟ୍ ଡାଳାୟ୍ କଃରି ଦୁୟ୍ ଆତ୍ ଆଦାର୍ ଲଃମ୍ ଆର୍ ଡେଡ୍ ଆତ୍ ଅଃସାର୍ ଗଟେକ୍ ହାହ୍କେ ଡାହ୍ତାର୍ ଡାହ୍ଣା ତିଆର୍ କଃରାସ୍। 18 ତୁୟ୍ ସନାର୍ ଜୁଳେକ୍ କିରୁବ୍ ଦୁତ୍ ତିଆର୍ କଃର୍ସି; ସନାକେ ହିଟି କଃରି ଡେଣା ରିଲା ଜଃଳେକ୍ କିରୁବ୍ ଦୁତ୍ ତିଆର୍ କଃରି ସେରିକେ ହାହ୍ ଡାହ୍ତା ଡାହ୍ଣାର୍ ଦୁୟ୍ ମୁଣ୍ଡେ ଲାଗାଉଆସ୍। 19 ଗଟେକ୍ କିରୁବ୍କେ ଗଟେକ୍ ମୁଣ୍ଡେ ଆର୍ ବିନ୍ କିରୁବ୍ ବିନ୍ ମୁଣ୍ଡେ ବଃସାଉସି ଜୁଳେକ୍ କିରୁବ୍କେ ହାହ୍ ଡାହ୍ତା ଡାହ୍ଣା ସଃଙ୍ଗ୍ ମିସାୟ୍ ଟିଆ କଃରାଉସି। 20 ଆରେକ୍ କିରୁବ୍ମଃନ୍ ଜୁଳେକ୍ ମୁକାମୁକି ଅୟି ଡେଣା ଉହ୍ରେ ଲାମାୟ୍ ହାହ୍ ଡାହ୍ତାର୍ ଡାହ୍ଣା ଉହ୍ରେ ଡାହି ରେତି; ହାହ୍ ଡାହ୍ତା ଡେଣା ହାକ୍ କିରୁବ୍ମଃନାର୍ ମୁଉଁ ରଃୟ୍ଦ୍। 21 ତୁୟ୍ ସେ ହାହ୍ ଡାହ୍ଣା ସେ ହେଳି ଉହ୍ରେ ସଃଙ୍ଗାଉସି, ଆରେକ୍ ମୁଁୟ୍ ତକ୍ ଜୁୟି ବିଦି ହାଟା ଦଃୟ୍ନ୍ଦ୍ ସେରି ସେ ହେଳି ବିତ୍ରେ ସଃଙ୍ଗାଉସି।
Publicidade
Publicidade