10 ତଃବେ ମୁୟ୍ ତକ୍ ପାରର୍ ହାକ୍ ହଟାଇନ୍ଦ୍ ତୁୟ୍ ମିସର୍ ଦେସେହୁଣି ଅଃମାର୍ ଲକ୍ ଇସ୍ରାଏଲ୍ ଲକ୍ମଃନ୍କେ ବାର୍କଃରି ଆଣ୍ସି। 11 ମଃତର୍ ମସା ଇସ୍ୱର୍କେ କୟ୍ଲା, "ମୁୟ୍ କେଏ ଜେ, ପାର ରଃଜାର୍ ହାକ୍ ଜାୟ୍ ମିସର୍ ଦେସେ ହୁଣି ଇସ୍ରାଏଲ୍ ଲକ୍ମଃନ୍କେ ବାର୍କଃରି ଆଣିନ୍ଦ୍?" 12 ତଃବେ ଇସ୍ୱର୍ କୟ୍ଲା, "ମୁୟ୍ ବାୟ୍ଦ୍ରେ ତର୍ ସଃଙ୍ଗ୍ ରଃୟ୍ନ୍ଦ୍; ଆରେକ୍ ମୁଁୟ୍ ତକ୍ ହଃଟାୟ୍ଲେ, ସେତିର୍ ଗଟେକ୍ ଚିନା ଜାଣ୍ସି, ତୁୟ୍ ମିସର୍ ଦେସେ ହୁଣି ଲକ୍ମଃନ୍କେ ବାର୍କଃରି ଆଣ୍ଲା ହଃଚେ ତୁମିମଃନ୍ ଇ ହର୍ବାତ୍ ଉହ୍ରେ ଇସ୍ୱରାର୍ ସେବା କଃରାସ୍।"