ହଃର୍ତୁ ମୁକ୍ତିର୍ ହଃର୍ବ୍ ମାନ୍ତାର୍
21 ସଃଡେବଃଳ୍ ମସା ଇସ୍ରାଏଲାର୍ ସଃବୁ ପାରାଚିନ୍ ଲକେ କୁଦାୟ୍ କୟ୍ଲା, "ତୁମିମଃନ୍ ତୁମାର୍ ଗଃର୍ କୁଟୁମାର୍ ଗିନେ ଗଟେକ୍ ମେଣ୍ତା ବଦାକେ ଆଣା, ଆର୍ ନିସ୍ତାର୍ ହଃର୍ବେ ମେଣ୍ତା ବଦାକେ ମାରା। 22 ଆରେକ୍ ଗଟ୍ ବିଳା ଏସବ୍ରଃନ୍ ନଃୟ୍ ତସ୍ଲାୟ୍ ରିଲା ବଃନିଏ ବୁଡାୟ୍କଃରି ଦୁଆରାର୍ ଅଃର୍ଣ୍ତି ଆର୍ ଜୁଳେକ୍ ଦୁଆର୍ ବଃନ୍ଦେ ତସ୍ଲାୟ୍ ରିଲା ବଃନି ଲାଗାଉଆ; ଆର୍ ସଃକାଳ୍ ଅଃଉତା ହଃତେକ୍ ତୁମାର୍ ବିତ୍ରେ କେହେଁ ଗଃରେ ହୁଣି ହଃଦାୟି ବାରାଉଆ ନାୟ୍। 23 ସଃଡେବଃଳ୍ ମାପୁର୍ ମିସର୍ ଦେସ୍ ଅୟି ଜାୟ୍ଦ୍ ଆର୍ ମିସରିୟ୍ମଃନ୍କେ ଅଃତ୍ୟା କଃରେଦ୍; ମାପୁର୍ ଜୁୟି ଗଃରାର୍ ଦୁଆର୍ ବଃନ୍ଦେ ବଃନିର୍ ଚିନା ଦଃକେଦ୍ ସେ ଗଃର୍କେ ଚାଡିଦଃୟ୍ଦ୍। ସେ ଅଃତ୍ୟା କଃର୍ତା ଦୁତ୍କେ ତୁମାର୍ ଗଃରେ ହୁରି ତୁମିକେ ଅଃତ୍ୟା କଃରୁକେ ନଃଦେୟ୍;